ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁରରେ ହାତୀ ଉପଦ୍ରବ । ତିନି ଦିନରେ ଗଲାଣୀ ୩ ଜୀବନ । ୩ ଦିନ ତଳେ କଳିଙ୍ଗନଗର ଶାଳିଜଂଗା ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଆଉ ଦୁଇ ଜଣଙ୍କ ଜୀବନ ଯାଇଛି । କୋରେଇ ବ୍ଲକ ଶଙ୍ଖଚିଲା ଗାଁରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ମାନେ ହେଲେ ସ୍ଥାନୀୟ ଅଂଚଳର ଇଶ୍ୱର ଦାସ ଏବଂ ଚିନ୍ତାମଣୀ ରାମ । ଏହି ହାତୀ ଆକ୍ରମଣରେ ଅଦ୍ୟାବଧି ୫ରୁ ଉର୍ଦ୍ଧ ବ୍ୟକ୍ତି ଆହତ ହୋଇଥିବା ମଧ୍ୟ ଜଣାପଡିଛି ।
ସୁକିନ୍ଦାରୁ ହାତୀ ଟି କୋରେଇ ବ୍ଲକର ରଗଡି,ବ୍ୟାସନଗର ଦେଇ ଆଜି ସକାଳେ ରସୁଲପୁର ବ୍ଲକର ବିଭିନ୍ନ ପଂଚାୟତରେ ଦେଖିବାକୁ ମିିଳିଥିଲା । ବନବିଭାଗ କର୍ମଚାରୀ ହାତୀକୁ ଘଉଡାଇବାକୁ ଉଦ୍ୟମ କରିଥିଲେ ହେଁ ଏଥିରେ ସେମାନେ ବିପଂଳ ହୋଇଥିଲେ । ଆଜି ସଂଧ୍ୟାରେ ଶଙ୍ଖଚିଲା ଦେଇ ପେଂରୁଥିବା ସମୟରେ ଏହି ଆକ୍ରମଣ କରିଥିଲା । ପଂଳରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଯାଜପୁରରୋଡ ଡାକ୍ତରଖାନାରେ ଭର୍ତି କରାଯାଇଥିଲା ।
ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିିଥିଲେ । ହାତୀ ଉପଦ୍ରବକୁ ନେଇ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଦେଖାଦେଇଛି । ବନ ବିଭାଗ ହାତୀକୁ ଘଉଡାଇବାକୁ ଉଦ୍ୟମ ଜାରି ରଖିଛି । ସେପଟେ ହାତୀ ଉପଦ୍ରବ ଯୋଗୁଁ କୋରେଇ ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟକୁ ଆସନ୍ତାକାଲି ବନ୍ଦ ରହିବ ବୋଲି ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।