ଧର୍ମଗଡ ୨୩/୪(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପ୍ରାଥି କେପଟେନ ଦିବ୍ୟଶଙ୍କର ମିଶ୍ର ଆଜି ଧର୍ମଗଡ ଠାରେ ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର ଙ୍କ ଠାରେ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ସେ ପ୍ରଥମେ ଜୁନାଗଡ଼ ଠାରେ ବିଶାଳ ରୋଡ଼ ସୋ କରିବା ସହିତ ଏକ ସାଧାରଣ ସଭା କରି ଧର୍ମଗଡ ରର ନାମାଙ୍କନ ପତ୍ର ଦାଖଲ କରିଥିଲେ।

ନବୀନ ସରକାର ଙ୍କ ଜନ ହିତକର ଯୋଜନା ଓ ନିଜ ନିର୍ବାଚନ ମଣ୍ଡଳୀ ରେ କରିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କୁ ପାଥେୟ କରି ସେ ଭୋଟର ମାନଙ୍କ ପାଖକୁ ଯିବେ ବୋଲି ଶ୍ରୀ ମିଶ୍ର କହିଛନ୍ତି।ଜୁନାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱାଧନ ପ୍ରାଥି ପରମେଶ୍ବର କାଣ୍ଡ ମଧ୍ୟ ପ୍ରାଥି ପତ୍ର ଦାଖଲ କରିଛନ୍ତି। ଧର୍ମଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱାଧନ ପ୍ରାଥିନି ଯାଦବ ନେତ୍ରୀ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ। ହେମାଙ୍ଗିନି ହଂସ,ଓ ବିଏସପି ପ୍ରାଥି ତୀର୍ଥ ରାଜ ଦୁର୍ଗା ମଧ୍ୟ ପ୍ରାଥି ପତ୍ରଦାଖଲ କରିଛନ୍ତି।