କାଶୀପୁର ;  (ଅଞ୍ଜନ କୁମାର ନାଏକ)କାଶୀପୁର ସଦର ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ତା ୧୬/୪/୨୪ ରିଖ ମଙ୍ଗଳ ବାର ଦିନ ବ୍ଲକ ସ୍ତରୀୟ ଶିକ୍ଷଣ ଉପକରଣ ପ୍ରଦର୍ଶନ ମେଳା-୨୦୨୪ ଉଦଯାପିତ ହୋଇଯାଇଛି l କାର୍ଯ୍ୟକ୍ରମ ରେ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧକ୍ଷା ସୁଶ୍ରୀ କୁଇନ ସ୍ୱାଇଁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବାବେଳେ କାଶୀପୁର ଏବିଓ ତଥା ବିଆରସିସି କୁଳ ରଞ୍ଜନ ସୁନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l

କାର୍ଯ୍ୟକ୍ରମ ରେ କାଶୀପୁର ବ୍ଲକର ବିଭିନ୍ନ ବିଦ୍ୟାଳୟ ମଧ୍ୟରୁ ୧୦୨ ଟି ପ୍ରକଳ୍ପ କୁ ସାମିଲ କରାଯାଇଥିଲା । ସେଥି ମଧ୍ୟରୁ ପ୍ରଥମ ପୁରାସ୍କାର ଭାବେ ଝିରିଖାଲ ପ୍ରାଥମିକ ବିଦ୍ୟାଳୟର ସୁବାଷ ବେହେରା , ଦ୍ଵିତୀୟ ପୁରସ୍କାର ରୂପେ କାତିଖମନ ପ୍ରାଥମିକ ବିଦ୍ୟାଳୟର ସାନ୍ତୁନୁ କୁମାର ଦୋରା ଏବଂ ତୃତୀୟ ପୁରସ୍କାର ଭାବେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପୋଡାପାଡ଼ି ରୁ ଗୋବିନ୍ଦ ଚନ୍ଦ୍ର ଝୋଡ଼ିଆ ଙ୍କୁ ପୁରସ୍କୃତ କରାଯାଇଥିଲା । ପୁଣି କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ଅନ୍ୟ ପ୍ରକଳ୍ପ କୁ ଶାନ୍ତପନ୍ନା ମୂଳକ ପୁରସ୍କାର ଭାବେ ସେମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ଙ୍କ ମଧ୍ୟରୁ ଦୁଲ୍ଲଭ ସାଉଁତା, କମଳାକାନ୍ତ ପଟନାୟକ ଓ ଭେଙ୍କେଟ ରାଓ ପାତ୍ର ବିଚାରକ ଭାବେ ରହିଥିବାବେଳେ ମଞ୍ଚ ପରିଚାଳନା ଦାୟିତ୍ୱରେ ଅନ୍ୟ ଶିକ୍ଷକ ଙ୍କ ମଧ୍ୟରୁ ଅରୁଣ କୁମାର ନାଏକ, କ୍ରୀତ୍ତିକେଶ୍ୱର ନାଏକ ଏବଂ ହୃଦାନନ୍ଦ ଦାସ ଅଧିକାରୀ ପ୍ରମୁଖ ରହିଥିଲେ ।ଏହି କାଯ୍ୟକ୍ରମରେ ଅନ୍ୟ ବିଭାଗୀୟ ଶିକ୍ଷକ ମଧ୍ୟରୁ ଅତିତିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ବିଦ୍ୟାଧର ମାଝୀ ଓ ବ୍ଲକର ଅଠର ଜଣ ସିଆରସିସି ହେମନ୍ତ ମହାରଣା, ଲିପ୍ତ କେଶରୀ ବେହେରା, ତ୍ରିନାଥ ମାଝୀ, ପୁରୁଷୋତ୍ତମ ନାୟକ, କରୁଣାକର ନାଏକ, ବାବାଜୀ ରାଉତ,ଶ୍ରୀଦେବ ବିଡ଼ିକା, ତ୍ରିନାଥ କାଡ୍ରାକ,ଗୁରୁଧର ଖୋସଲା, ପୁର୍ଣ ଚନ୍ଦ୍ର ସାହୁ,ମହେନ୍ଦ୍ର ବାଘ, ଅରୁଣ କୁମାର ଆଚାର୍ଯ୍ୟ ଏବଂ ଅନ୍ୟ ଶିକ୍ଷକ ମାନେ ପ୍ରମୁଖ ଉପସ୍ଥିତ ଥିଲେ।