ହରଭଙ୍ଗା :୦୨-୦୨( ଚିତ୍ତରଞ୍ଜନ ସିଂ ) ହରଭଙ୍ଗା ବ୍ଲକ୍ ଲୁଣିବାହାଲ ମମତା କ୍ଳବ୍ ଆନୁକୁଲ୍ୟରେ ସ୍ୱର୍ଗତ ଅଶୋକ ପ୍ରଧାନ ଙ୍କ ସ୍ମୁତି ଉଦ୍ଦେଶ୍ୟ ରେ ୭ମ ଅଶୋକ ମେମୋରିଆଲ କ୍ରିକେଟ୍ କପ୍ ଉଦ୍ଘାଟିତ ହୋଇଯାଇଛି। ପ୍ରଥମେ ସ୍ଥାନୀୟ ହନୁମାନ ମନ୍ଦିର ଠାରୁ ପୂଜାର୍ଚ୍ଚନା କରି ଲୁଣିବାହାଲ ପ୍ରାଥମିକ ସେବା ସମବାୟ ସମିତି ର ସମ୍ପାଦକ ସଞ୍ଜୀବ ପ୍ରଧାନ ମଶାଲ ଧରି ଏକ ଜ୍ୟୋତି ଯାତ୍ରା ବିରାଟ ପଟୁଆର ରେ ବାହାରି ପଡ଼ିଆରେ ପହଞ୍ଚିଥିଲେ।

ପରେ ଉଦ୍ଘାଟନୀ ମ୍ୟାଚ୍ ମୂଖ୍ୟ ଅତିଥି ସ୍ଥାନୀୟ ଲୁଣିବାହାଲ ସରପଞ୍ଚ ଚନ୍ଦ୍ରମା ପ୍ରଧାନ ଯୋଗ ଦେଇ ଉଦ୍ଘାଟିତ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସମାଜସେବୀ ତଥା ବରିଷ୍ଠ ବିଜେପି ନେତା ବିଶିକେଶନ ପ୍ରଧାନ, ସ୍ୱର୍ଗତ ଅଶୋକ ପ୍ରଧାନ ଙ୍କ ସାନ ଭାଇ ଅକ୍ଷୟ ପ୍ରଧାନ ଓ ମମତା କ୍ଳବ୍ ର ସଭାପତି ସୁବାଷ ପ୍ରଧାନ ମଞ୍ଚ।ସିନ ଥିଲେ। ମମତା କ୍ଳବ୍ ସମ୍ପାଦକ ଧିରେନ୍ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ଉଦ୍ଘାଟନୀ ମ୍ୟାଚ୍ ମା ଭୈରବୀ କ୍ରିକେଟ୍ କ୍ଲବ୍ ପୁରୁଣାକଟକ ଓ ହରଭଙ୍ଗା ଟିମ୍ ମଧ୍ୟରେ ହୋଇଥିବା ବେଳେ ପ୍ରଥମେ ପୁରୁଣାକଟକ ଦଳ ଟସ୍ ଜିତି ବ୍ୟାଟିଂ ଆରମ୍ଭ କରିଥିଲେ

ସମୁଦାୟ ୧୫ ଓଭର୍ ମଧ୍ୟରେ ପୁରୁଣାକଟକ ଦଳ ୧୩୫ ରନ୍ ସଂଗ୍ରହ କରିଥିବା ବେଳେ ହରଭଙ୍ଗା ଦଳ ୧୫ ଓଭର ସମାପ୍ତ ପରେ ୯୫ ରନ୍ ହାସଲ କରି ଥିବା ବେଳେ ପୁରୁଣାକଟକ ଦଳ ବିଜେତା ହୋଇଥିଲେ।ଏହି ମ୍ୟାଚ୍ କୁ ଓମ୍ପେୟର ଅଜିତ୍ ଓ ଚନ୍ଦ୍ର ଖେଳ ପରିଚାଳନା କରିଥିବା ବେଳେ କମେନ୍ତ୍ରୀ ରେ ସାହାଯ୍ୟ କରିଥିଲେ ବନୁ ଭାଇ ଓ ଶିଲୁ ଭାଇଏହି ଟୁର୍ଣ୍ଣମେଣ୍ଟ କୁ ମମତା କ୍ଳବ୍ ର ସମସ୍ତ ସଦସ୍ୟ ସହଯୋଗ କରିଥିବା ବେଳେ ଏହା ଆସନ୍ତା ୮ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ ବୋଲି ସଭାପତି ସୁବାଷ ପ୍ରଧାନ ସୂଚନା ଦେଇଛନ୍ତି।