ନବରଙ୍ଗପୁର: ( ବେଣୁ ଗୋପାଳ ରାଓ )ନବରଙ୍ଗପୁର ଗାନ୍ଧୀନଗର ସ୍ଥିତ ଆର ଏମ ସି ପଡିଆରେ ଜିଲ୍ଳା ଇତିହାସରେ ପ୍ରଥମ ଥର ପାଇଁ ମା ଧରଣୀ ପ୍ଲାଷ୍ଟିକଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ବିଶିଷ୍ଟ ଅତିଥି ଭାବରେ ଜିଲ୍ଲା କ୍ରୀଡ଼ା ସଂଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ବାରିକ ସଂଘର ସଭାପତି ଏନ, ଗଣେଶ ଯୋଗ ଦେଇ ବିଜୟ ଦଳକୁ ପୁରସ୍କୃତ କରିଥିଲେ।

ଏକ ସଂଘର୍ଷ ପୂର୍ଣ୍ଣ ଫାଇନାଲ ମ୍ୟାଚରେ ମା ଭବାନୀ ଦଳକୁ ରାଜୁ ଦଳ ନିର୍ଦ୍ଧାରିତ ସମୟ ମଧ୍ୟରେ ୧୮-୧୩ ପଏଣ୍ଟରେ ପରାସ୍ତ କରି ଫାଇନାଲ କପ୍ ହାସଲ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଟୁକୁନା ନାୟକ ଏବଂ ଅର୍ଜୁନ ଭତରା ମଞ୍ଚାସିନ ଥିଲେ। ମା ଧରଣୀ ଯୁବକ ସଂଘ ର ସଭାପତି ଜଗା ଆଚାରୀ ଏବଂ ସମ୍ପାଦକ ବାବୁଲା ଜାନୀ ସମେତ ସଂଘର ସମସ୍ତ ସଭ୍ୟ ଟୁର୍ଣ୍ଣାମେଣ୍ଟରେ ସହଯୋଗ କରିଛନ୍ତି। ସୂଚନା ଯୋଗ୍ୟ ଯେ ପ୍ଲାଷ୍ଟିକ ଭଲିବଲ ଟୁର୍ଣ୍ଣାମେଣ୍ଟ ଜିଲ୍ଲାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଛି।