କାମାକ୍ଷାନଗର:୦୬-୦୩( ଶୁଭମ ପାଣି )ଆଜି ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାମାକ୍ଷାନଗର ବ୍ଲକ, ତୁମୁସିଙ୍ଗା ଗ୍ରାମ ପଞ୍ଚାୟତ ମହୁଲଡଗର ଡଙ୍କାବୋଲ ସାହିର ଅସହାୟ ବୃଦ୍ଧ ଜାପାନୀ ବିରୁଆ ବୟସ ୮୨ ବର୍ଷ ହେବ ପାଖରେ ତାଙ୍କର କେହି ନାହାନ୍ତି କିଛିଦିନ ହେବ ସେ ରୋଗଗ୍ରସ୍ତ ଅବସ୍ଥାରେ ପଡି ରହିଅଛନ୍ତି ଯାହା ଫଳରେ ଦିନେ ଖାଇଲେ ଦିନେ ଉପବାସ ରୁହନ୍ତି

ଏହି ଖବର ଶୁଣି ଯୁବଶକ୍ତି ର ଅଧ୍ୟକ୍ଷ ତଥା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ସୁଖ ଦୁଃଖର ସାଥି ଲୋକପ୍ରିୟ ବିଜେଡି ଯୁବନେତା ହିମାଂଶୁ ଭୂଷଣ ବାରିକ ପହଞ୍ଚି ଅସହାୟ ବୃଦ୍ଧା ଜାପାନୀ ବିରୁଆ ଙ୍କୁ ରାସନ ସାମଗ୍ରୀ ଯୋଗାଇ ଦେଇ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗର ହାତ ବଢ଼ାଇ ଥିଲେ, ଏବଂ ଅନ୍ୟାନ୍ୟ ସାହାଯ୍ୟ ସହଯୋଗ ଆବଶ୍ୟକତା ପଡିଲେ ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ