କାଶୀପୁର :  ( ଅଞ୍ଜନ କୁମାର ନାଏକ)ରାୟଗଡ଼ା ଜିଲ୍ଲା କାଶୀପୁର ସଦର ମହକୁମା ଆଇଫାଡ ଛକ ଠାରେ ଆଜି ଆମ୍ବେଦକର ପ୍ରେମୀ ସମୂହ ବଡ଼ ଧୁମଧାମରେ ଡ଼ଃ ଆମ୍ବେଦକର ଙ୍କର ଜନ୍ମ ଦିନ ପାଳନ କରିଥିବା ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମଧ୍ୟପ୍ରଦେଶ ର ଆକାଶ ସିଂ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ମଧ୍ୟରୁ ଦାଶରଥି ନାଏକ, ଲାଲୁ ଦୁରିଆ, ବରିଷ୍ଠ ସେମାଜସେବୀ ଶ୍ରୀ ବାବାଜୀ ଚରଣ ଲେଙ୍କା ,ସମାଜ ସେବୀ ବିସମ୍ବର ନାଏକ, ଅଞ୍ଜନ ନାଏକ ପ୍ରମୁଖ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମ ର ପ୍ରଥମେ ଦୀପପ୍ରଜ୍ବଳନ ସହ ଡଃ ଆମ୍ବେଦକର ଓ ବୌଦ୍ଧ ଫୋଟ ଚିତ୍ର କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ କୁନି କୁନି ପୁଅ/ଝିଅ ଦ୍ୱାରା କେକ କଟାଯିବା ପରେ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ନାଚ /ଗୀତ ପ୍ରଦର୍ଶିତ କରାଯାଇଥିଲା । ପୁଣି ମଞ୍ଚସିନ ଅତିଥିମାନେ ଉପସ୍ଥିତ ଶତାଧିକ ଜନସାଧାରଣ ଙ୍କୁ ଡଃ ଆମ୍ବେଦକର ଙ୍କର ବଞ୍ଚିଥିବା ସମୟ ରେ ଦଳିତ/ନିଷ୍ପେସିତ ଲୋକଙ୍କ ପ୍ରତି ତାଙ୍କ ଅବଦାନ କୁ ସ୍ମୃତିଚାରଣ କରିଥିଲେ ।

ଏହି ଅବସରରେ ସମାଜସେବୀ ଶ୍ରୀ ଲେଙ୍କା ଗଣତନ୍ତ୍ର ରାଷ୍ଟ୍ର ନିର୍ମାଣରେ ସମ୍ବିଧାନ ପ୍ରଣେତା ଆମେବେଦକରଙ୍କ ଶ୍ରେଷ୍ଠ ଯୋଗଦାନ ଏବଂ ବିଶ୍ୱର ସର୍ବଶେଷ୍ଠ ଓ ସର୍ବ ବୃହତ ସମ୍ବିଧାନ ବିଷୟରେ ଉଦବୋଧନ ଦେଇଥିଲେ।କାର୍ଯ୍ୟକ୍ରମ କୁ ସମ୍ପୂର୍ଣ୍ଣ ଭାବେ ଲକ୍ଷ୍ମୀ ନାଏକ ଓ ରତ୍ନା କର ନାଏକ ପରିଚାଳନା କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ମନରଞ୍ଜନ ଟାକରି,ଚମ୍ପା ମୁଦୁଲି,ହରି ପ୍ରିୟା ନାଏକ , ମମତା ଟାକରି ଓ ଅନ୍ୟ ପ୍ରମୁଖ ଯୋଗ ଦେଇଥିଲେ ।