ବୌଦ୍ଧ: (ଚିତ୍ତରଞ୍ଜନ ସିଂହ)ସପ୍ତମ ଗଡ଼ଜାତ ଲୋକ ମୋହତ୍ସବ ର ଦ୍ୱିତୀୟ ଦିବସରେ ଅନୁଷ୍ଠାନ ତରଫରୁ ସଭାପତି ଶ୍ରୀଯୁକ୍ତ ବିଶ୍ୱଜିତ ମିଶ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠାନିକ ଭାବରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ -ରମେଶ ଚନ୍ଦ୍ର ତାରିଣୀଆ ଏବଂ ସମ୍ମାନିତ ଅତିଥି ଭାବେ ସରପଞ୍ଚ ସରସରା ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉତ୍ସiହିତ କରିଥିଲେ l

ମୋହତ୍ସବ ରେ ବିଭିନ୍ନ ରାଜ୍ୟ ତଥା ରାଜ୍ୟ ବାହାରେ ଖ୍ୟାତି ଅର୍ଜନ କରିଥିବା ସୁଶୀ ପ୍ରାପ୍ତି ଆଚାର୍ଯ୍ୟ ଏବଂ ବିଜ୍ଞଶିନୀ ବାରିକି ଙ୍କୁ ସମ୍ମାନିତ କରା ଯାଇଥିଲା ଏବଂ କଳାକାର ମାନଙ୍କ ଦ୍ୱାରା ସମ୍ବଲପୁରୀ, ରସରକେଳି, ଓ ବିଭିନ୍ନ ଅନୁଷ୍ଠାନମାନେ କଳା ପ୍ରଦର୍ଶନ କରିଥିବା ବେଳେ ବେଳେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁ ଯାତ୍ରା କଂସ ମହାରାଜ ଶ୍ରୀଯୁକ୍ତ ଭୁବନେଶ୍ୱର ପ୍ରଧାନ ଙ୍କ ଦ୍ୱାରା ବିଭିନ୍ନ ଗ୍ରାମ ଭ୍ରମଣ କରିବା ସହିତ ସଚେତନ ବାର୍ତ୍ତା ପ୍ରେରଣ କରିଥିଲେ ଏବଂ ସନ୍ଧ୍ୟା ରେ ରଙ୍ଗମଞ୍ଚ ରେ ଖ୍ୟାତି ଅର୍ଜନ କରିଥିବା କଳାକାର ମାନଙ୍କ ଦ୍ୱାରା ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ଏହି କାର୍ଯ୍ୟ କୁ ଅନୁଷ୍ଠାନ ର ଦୁଖୀ ଶ୍ୟାମ ଗାଈଗୋଉରିଆ ମଞ୍ଚ ପରିଚାଳନା କରିଥିଲେ

ଉକ୍ତ କାର୍ଯ୍ୟକ୍ରମ କୁ ଦେବାଶିଷ ମହାକୁଡ଼, ବରିଷ୍ଠ ସଭ୍ୟ ପୂର୍ଣ୍ଣ ଗାଈଗୋରିଆ, ନରେନ୍ଦ୍ର ସାହୁ, ଜୟ କିଶୋର ମିଶ୍ର, ଧରଣୀ ଧର ସାହୁ,ଲିଙ୍ଗରାଜ ମହାକୁଡ଼, ସୁଶାନ୍ତ ପାତ୍ର, ଜ୍ୟୋତି ଗାଈଗୋରିଆ, ରାକେଶ ମହାକୁଡ଼, ବିଘ୍ନରାଜ ରାଜେଶ, ସୁଜ୍ଞାନ, ପୁରନ୍ଦର ଠେଲା ଏବଂ ଦେବେନ୍ଦ୍ର ସାହୁ ପରିଚାଳନା କରିଥିଲେ