ବିଷମକଟକ(ରମାକାନ୍ତ ପଡ଼ାଲ)ରାୟଗଡା ଜିଲ୍ଲା କୋଲନୋରା ବ୍ଲକ,ଦନ୍ଧେଲି ଗ୍ରାମ ରେ ମା ପାଇଡ଼ି ଆମା, କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୁଭ ଉଦ୍ ଘାଟନ ହୋଇଯାଇଛି।
ଆଜିର ଏହି ଶୁଭ ଉଦ୍ ଘାଟନୀ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସବିତା ବିଡିକା, ଯୋଗ ଦେଇ କ୍ରିକେଟ ପ୍ରେମୀ ତଥା ଖେଳ ପ୍ରେମୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ଖେଳ ପଡିଆ କୁ ନେଇ ନାଲି ରଙ୍ଗର ରିବନ କାଟି କ୍ରିକେଟ ଖେଳର ଶୁଭାରମ୍ଭ କରିଥିଲେ।

ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟର ମୁଖ୍ୟ ପରିଚାଳନା କମିଟିର ଦାୟିତ୍ୱ ରେ ଥିବା ମୂର୍ତ୍ତି ମିଣିଆକା ଓ ନରେଶ କୁର୍ସିକା ମିଶି ଉଭୟ ଦଳ ପକ୍ଷର ଖେଳାଳି ମାନଙ୍କୁ ସାକ୍ଷୀୟତ କରି ଶାନ୍ତି ଶୃଖଲା ରକ୍ଷା କରିବା ପାଇଁ ପରାମର୍ଶଦେଇଥିଲେ।ଯେହେତୁ ସମାଜ ସେବୀ ମୂର୍ତ୍ତି ମିଣିୟାକା ଜଣେ ଖେଳ ପ୍ରେମୀ ହୋଇଥିବାରୁ ସ୍ଥାନୀୟ ଯୁବକ ମନକୁ ନେଇ ଏହି ଖେଳ ଆୟୋଜନ କରିଥିବା ଗ୍ରାମ ବାସୀ କହିଛନ୍ତି।

ଏହିକ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଫାଇନାଲରେ ବିଜୟ ହାସଲ କରିଥିବା ଦଳକୁ ତିରିଶ ହଜାର ଟଙ୍କା ସହ ସିଲ ଟ୍ରଫି ଦେବା ପରେ ରନର ଦଳ କୁ କୁଡ଼ିଏ ହଜାର ଟଙ୍କା ଆଉ ସିଲ ଟ୍ରଫି ପୁରସ୍କାର ପ୍ରଦାନ କରାଯାଇଥିବା କମିଟି ପକ୍ଷରୁ ସୂଚନା ମିଳିଛି।ଏହି କାର୍ଯ୍ୟକ୍ରମରେ ଏକ୍ସ୍ ସମିତି ସଭ୍ୟ ଯୋଗ ଦେଇ କ୍ରୀଡା ପ୍ରେମୀ ଙ୍କୁ ଉଚାୟତ କରିଥିଲେ।