ମୁନିଗୁଡା : (ରମାକାନ୍ତ ପୋଡାଲ )ହନୁମାନ ଜୟନ୍ତୀ, ପଣା ସଂକ୍ରାନ୍ତି ପାଇଁ ଆମ୍ବାଦଳା ଅଞ୍ଚଳ ଚଳଚଞ୍ଚଳ ହୋଇଥିଲା ।ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଆମ୍ବାଦଳା ଓ ଏହାର ଆଖ ପାଖ ଅଞ୍ଚଳରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ପର୍ବ ଧୁମ୍ ଧାମରେ ପାଳନ ହୋଇ ଯାଇଥିବା ବେଳେ ପ୍ରତ୍ୟେକ ମନ୍ଦିର ପରିସର ନିକଟରେ ପଣା ବଣ୍ଟନ କରାଯାଉଥିବା ଦେଖିବାକୁ ମିଳିଥିଲା ।

ସେହିପରି ଅମ୍ବାଦଳା ପଞ୍ଚମୁଖୀ ହନୁମାନ ବାଟିକା ଠାରେ ବାବା ନିତ୍ୟାନନ୍ଦ ଦାସଙ୍କ ତତ୍ତ୍ଵାବଧାନରେ ବିଶ୍ଵଶାନ୍ତି ନିମନ୍ତେ ୩ ଦିନ ଧରି ପୂଜକ ମାନଙ୍କ ଦ୍ଵାରା ବିଶ୍ଵ ଶାନ୍ତି ମହାଯଜ୍ଞ ସହ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ପ୍ରତ୍ୟେକ ଦିନ ସହ ସହ ଶ୍ରଦ୍ଧାଳୁ ମାନଙ୍କ ଭିଡ ହୋଇଥିଲା । ପ୍ରଭୁ ହନୁମାନଙ୍କୁ ଦର୍ଶନ କରିବା ପାଇଁ ଆସୁଥିବା ଭକ୍ତ ମାନଙ୍କ ପାଇଁ ପ୍ରତିଦିନ ପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ସ୍ଥାନୀୟ ଅମ୍ବାଦଳା ତାରିଣୀ ମନ୍ଦିର,ବାଘଡ଼ଙ୍ଗରି ନିକଟ ହନୁମାନ ମନ୍ଦିର, ଅମ୍ବାଦଳା କପିଳେଶ୍ୱର ମନ୍ଦିର, ଅମ୍ବାଦଳା ଜଗନ୍ନାଥ ମନ୍ଦିର,ବିଜେପି କାର୍ଯ୍ୟାଳୟ, ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ପଣା ବଣ୍ଟନ କରାଯାଇଥିଲା