ହରଭଙ୍ଗା : (ଚିତ୍ତରଞ୍ଜନ ସିଂହ)ହରଭଙ୍ଗା ବ୍ଲକ ବୀରନରସିଂହପୁର ଠାରେ ଅନୁଷ୍ଠିତ ସପ୍ତମ ଗଡ଼ଜାତ ଲୋକ ମହୋତ୍ସବ ର ପଞ୍ଚମ ସନ୍ଧ୍ୟାରେ ସଭାପତି ଶ୍ରୀଯୁକ୍ତ ବିଶ୍ୱଜିତ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମହିଧର ରଣା ଯୋଜନା ବୋର୍ଡ଼ ଅଧକ୍ଷ ତଥା ବିଧାୟକ କଣ୍ଟାମାଳ, ଅଶୋକ କୁମାର ସାହୁ ଗାନ୍ଧରାଡି ମୋହୋତ୍ସବ ସଭାପତି ଏବଂ ବୌଦ୍ଧ ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗଡ଼ଜାତ ସଂସ୍କୃତି,ପରମ୍ପରା, ଲୁକ୍କାୟିତ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବାର ଏକ ପ୍ରକୃଷ୍ଟ ମଞ୍ଚ ବୋଲି ସମସ୍ତ ଅତିଥି ମତବ୍ୟକ୍ତ କରିଥିଲେ।

ବିଜୟ କୁମାର ସାହୁ ଅତିଥି ପରିଚୟ କରିବା ସହ ମଞ୍ଚ ପରିଚାଳନା କରିଥିଲା ବେଳେ ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ଦୁଖୀ ଶ୍ୟମ ଗାଈଗୋଉରିଆ ଧନ୍ୟବାଦ ଅର୍ପଣ କରିଥିଲେ।

ଅନୁଷ୍ଠାନ ତରଫରୁ ଶ୍ରୀଯୁକ୍ତ ଦୀପକ କୁମାର ଅଦର ଓଟିଭି ପ୍ରତନିଧି,ବୀର ପ୍ରତାପ ସିଂ -ସଂଗୀତ ନିର୍ଦେଶକ, ପ୍ରକାଶ କୁମାର ପ୍ରଧାନ ବନରକ୍ଷୀ ରାଧାନଗର, ମମତା ସାହୁ ସମ୍ବଲପୁରୀ ଗାୟିକା, ପଦ୍ମଶ୍ରୀ ଖଟେଇ,ସୁବ୍ରତ କୁମାର ପୁରୋହିତ କ୍ରୀଡ଼ବିତ, ପଣ୍ଡିତ ଶ୍ରୀ ସଚ୍ଚିଦାନନ୍ଦ ପଣ୍ଡା ଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା ଏବଂ , ସମ୍ବଲପୁରୀ ଗାୟିକା ପଦ୍ମଶ୍ରୀ ଖଟେଇ ,ଗାୟକ ଟୁକୁନା ମିଶ୍ର ,ଗାୟିକା ମମତା।ସାଂସ୍କୃତିକ ଦଳ ରାଇଁଝାଇଁ ଝାରସୁଗୁଡ଼ା , କଲାଜିବି ବରଗଡ଼ ,ବିଶେଷ ଆକର୍ଷଣ ଧାରାବହିକ ଅଭିନେତ୍ରୀ ଶୋଭା ରାଉତ ନୃତ୍ୟ ପରିବେଷଣ କରି ଦର୍ଶକ ଙ୍କ ମନ ମୋହିଥିଲେ। ବିଳମ୍ୱିତ ରାତ୍ରି ଯାଏଁ ଦର୍ଶକ ଭରପୂର ହୋଇ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ।