ହରଭଙ୍ଗା – ( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଡାସିଙ୍ଗା ଗ୍ରାମର ରାଧେଶ୍ୟାମ ପାଣ୍ଡେ ଙ୍କ ଅଂଶୁଘାତ ରେ ମୃତ୍ୟୁଅଭିଯୋଗ।ସୂଚନା ମତେ ରାଧେଶ୍ୟାମ ଜଣେ ଦିନ ମଜୁରିଆ।ସବୁଦିନ ପରି ଗତକାଲି ମଧ୍ୟ ଜଙ୍ଗଲ କୁ ଯାଇଥିଲେ।କିନ୍ତୁ ଜଙ୍ଗଲ ରୁ ଫେରିଲା ପରେ ହଟାତ ତାଙ୍କ ମୁଣ୍ଡ ବୁଲେଇ ହେବା ସହିତ ଗୋଡ଼ ହାତ ଝିମ ଝିମ ହୋଇ ଅସୁସ୍ଥ ହୋଇ ପଡ଼ିଲେ।

ତା ପରେ ତାଙ୍କୁ ନିକଟସ୍ଥ ହରଭଙ୍ଗା ଡାକ୍ତରଖାନା କୁ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ରାଧେଶ୍ୟାମ ଅଂଶୁଘାତ ରେ ମୃତ୍ୟୁବରଣ କରିଥିବା କଥା ଜ୍ୱାଇଁ ଶିବ ସେଠି ଅଭିଯୋଗ କରିଛନ୍ତି।ଯେହେତୁ ରାଧେଶ୍ୟାମ ଜଣେ ଗରିବ ଦିନମଜୁରିଆ ଅଟନ୍ତି ତେଣୁ ତାଙ୍କୁ ସରକାର ଙ୍କ ତରଫରୁ ସାହାଯ୍ୟ ସହଯୋଗ କରିବା ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି।ଏ ନେଇ ହରଭଙ୍ଗା ପୋଲିସ ତଦନ୍ତ ଜାରିରଖିଛି।