ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଇଛନ୍ତି ସମ୍ବଲପୁରର ପୂର୍ବତନ ବିଧାୟିକା ଡକ୍ଟର ରାସେଶ୍ୱରୀ ପାଣିଗ୍ରାହୀ। ସେ ନିଜର ଇସ୍ତଫା ପତ୍ର ଦଳି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ଦୀର୍ଘ ଦିନ ଧରି ସେ ବିଜେଡିରେ ଅଣଦେଖା କରାଯାଉଥିବାରୁ ଏବଂ ଚଳିତ ଥର ତାଙ୍କୁ ବିଜେଡି ଟିକେଟ ନ ଦେବାରୁ ସେ ଇସ୍ତଫା ଦେଇଥିବା ଜଣାଯାଇଛି।ସମ୍ବଲପୁରରେ ବିଜେଡି ପକ୍ଷରୁ ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରାଯାଇଛି।