ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଟ୍ରେଣ୍ଡି ଏକାଡ଼େମୀ ,ମାଁ କଳାପାଟ କ୍ଲବ ,ପାଣିସିଆଳି ଓ ଜିଲ୍ଲା ସଂସ୍କୃତି ପରିଷଦର ସୁବର୍ଣ୍ଣପୁରର ମିଳିତ ଉଦ୍ୟୋଗରେ ସୁବର୍ଣ୍ଣପୁରର ନୂତନ ଟାଉନହଲରେ ମଂଚସ୍ଥ ହୋଇ ଯାଇଅଛି କବି ଶ୍ରୀ ବୈଷ୍ଣବ ପାଣି ,ଶ୍ରୀ ମହେଶ୍ବର ଓ ଶ୍ରୀ ମାଗୁଣି କବିଙ୍କ ଦ୍ବାରା ରଚିତ ଗୀତିନାଟ୍ୟ ଲକ୍ଷ୍ମୀ ପୁରାଣ l

ନାଟକ ପ୍ରାରମ୍ଭରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଲୀନା ପ୍ରଧାନ,ସମ୍ମାନିତ ଅତିଥି ଭାବରେ ସୋନପୁର ପୌରାଧ୍ୟକ୍ଷା ଶ୍ରୀମତି ତାମସୀ ତାମସ୍ମିତା ନାଏକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଅଶ୍ବିନୀ କୁମାର ଭୋଇ ,ଡେପୁଟି କଲେକ୍ଟର କେ.ରିଚି କୁମାର ,ବରିଷ୍ଠ ଅଭିନେତା ରମେଶ ପ୍ରସାଦ ନାୟକ, ନାଟ୍ୟକାର ଶ୍ୟାମା ଓଁ ପ୍ରସାଦ ମିଶ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ ଓ ବକ୍ତବ୍ୟ ରଖିଥିଲେ l

କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ନାଟ୍ୟ ନିର୍ଦେଶକ ଡକ୍ଟର ପୁରୁଷୋତ୍ତମ ମିଶ୍ର ଓ ଧନ୍ୟବାଦ ଅର୍ପଣ କରିଥିଲେ ଟ୍ରେଣ୍ଡି ଏକାଡ଼େମୀ ର ସଂପାଦକ ଶ୍ରୀ ସୁରେଶ ପ୍ରସାଦ ରଥ l ଜଗନ୍ନାଥ ସଂସ୍କୃତି ପ୍ରତି ସାଧାରଣ ଜନତା ଆକୃଷ୍ଟ ହୋଇ ଜଗନ୍ନାଥମୟ ହେବା ନିମନ୍ତେ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀର ପ୍ରଯୋଜନାରେ ଓଡ଼ିଶାର ସମଗ୍ର ତିରିଶିଟି ଜିଲ୍ଲାରେ ମଂଚସ୍ଥ ହୋଇ ଯାଇଛି ଶ୍ରୀ ଜଗନ୍ନାଥ ସଂପର୍କିତ ନାଟକ l ସେହି କ୍ରମରେ ସୁବର୍ଣ୍ଣପୁରରେ ମଂଚସ୍ଥ ହେଲା ସଂପୂର୍ଣ୍ଣ ପ୍ରାଚୀନ ଲୋକଶୈଳୀର ଗୀତିନାଟ୍ୟ ଲକ୍ଷ୍ମୀପୁରାଣ l