ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ଖୋର୍ଦ୍ଧା – ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଅନ୍ତଗର୍ତ୍ତ ଗାନ୍ଧୀନଗର ନିକଟରେ ବାଇକ ଆରୋହୀ ଙ୍କୁ ଧକା ଦେଲା ଏକ ବୋଲେରୋ ପିକଅପ, ବାଇକ ଆରୋହୀ ଘଟଣା ସ୍ଥଳ ରେ ହିଁ ମୃତ୍ୟୁ, l ଉତ୍ୟକ୍ତ ଲୋକଙ୍କ ରାସ୍ତା ରୋକ l ସୂଚନା ମତେ ରାଧାନଗର ଗ୍ରାମର ନାରାୟଣ ମେହେର ନିଜ ଦୋକାନ ପାଇଁ ସଉଦା କରି ବୌଦ୍ଧ ରୁ ବାଇକ ଯୋଗେ ଫେରୁଥିବା ସମୟ ରେ ପଛପଟୁ ଦ୍ରୁତ ଗତି ରେ ଆସୁଥିବା ଏକ (OD 27c 2548) ନାମକ ବୋଲେରୋ ପିକଅପ ବାଇକ ଆରୋହୀ ଙ୍କୁ ଧକ୍କା ଦେଇଥିଲା l

ଫଳରେ ବାଇକ ଆରୋହୀ ଜଣଙ୍କ ଛିଟିକି ହୋଇ ପଡ଼ିଥିଲେ l ଘଟଣା ସ୍ଥଳ ରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି l ମୃତକ ଜଣଙ୍କ ରାଧାନଗର ଗ୍ରାମର ନାରାୟଣ ମେହେର l ଘଟଣା କୁ ନେଇ ଉତ୍ୟକ୍ତ ଲୋକଙ୍କ ଜାତୀୟ ରାଜପଟ ଅବରୋଧ ହୋଇଥିବା ବେଳେ ପୋଲିସ ପହଁଚି ଘଟଣା ର ତଦନ୍ତ ଜାରି ରଖିଛି l ସୂଚନା ଥାଉକି ଉକ୍ତ ବୋଲେରୋ ଗାଡି ଟି ଖୋର୍ଦ୍ଧା -ବଲାଙ୍ଗୀର ରେଳପଥ କାର୍ଯ୍ୟ କରିଥିବା ଠିକା ସଂସ୍ଥା ର ହୋଇଥିବା ବେଳେ ଲୋକେ ଡ୍ରାଇଭର ଙ୍କୁ କାବୁ କରି ପୋଲିସ ରେ ଜିମା ଦେଇଛନ୍ତି l