ଧର୍ମଗଡ଼ ୨୨/୪(ହେମନ୍ତ କୁମାର ମାଝୀ)ସାଧାରଣ ନିର୍ବାଚନ ୨୦୨୪ ମତ ଦାନ କୁ ନେଇ ଆଉ କେଇ ଦିନ ବାକି ଥିବା ବେଳେ ଚାଲିଛି ବିଭିନ୍ନ ରାଜ ନୈତିକ ଦଳ ର ନାମାଙ୍କନ ପତ୍ର ଦାଖଲ l ଆଜି ଏକ ବିରାଟ ଶୋଭା ଯାତ୍ରା ରେ ନିଜ ସମର୍ଥକ ଙ୍କ ସହ ଆସି ରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଜୁନାଗଡ଼ ବିଧାନ ସଭା ଆସନ ପାଇଁ କଂଗ୍ରେସ  ପ୍ରାର୍ଥୀ ତୁଲେଶ୍ୱର ନାଏକ ଧର୍ମଗଡ ଉପ ଜିଲ୍ଲାପାଳ ତଥା ନିର୍ବଚନ ଅଧିକାରୀ ଙ୍କ ନିକଟ ରେ ନାମାଙ୍କନ ଦାଖଲ କରିଛନ୍ତି l

ସେହି ପରି ଧର୍ମଗଡ୭୯  ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜୁ ଜନତା ଦଳ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂ ଦେଓ ଧର୍ମଗଡ ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାର ଘରଣୀ ମନ୍ଦିର ରେ ପୂଜାର୍ଚ୍ଚନା ପରେ ନିଜ ସମର୍ଥକ ସହ ଏକ ବିଶାଳ ଶୋଭାଯାତ୍ରା ରେ ଆସି  ନିର୍ବାଚନ ଅଧିକାରୀ ଙ୍କ ନିକଟରେ  ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ଧର୍ମଗଡ ନିର୍ବାଚନ ମଣ୍ଡଳୀ ରେ ଅନେକ ବିକାଶ ହୋଇଛି ଓ ଆହୁରି ବି ଆଗକୁ ବିକାଶ ହେବ ତେଣୁ ଏଥର ଲୋକେ ବିଜୁ ଜନତା ଦଳ ଙ୍କୁ ହିଁ ଭୋଟ ଦେବେ ବୋଲି ନାମାଙ୍କନ ଦାଖଲ ପରେ ବିଜେଡି ପ୍ରାଥି ପୁଷ୍ପେନ୍ଦ୍ର ସିଂହ ଦେଓ   କହିଛନ୍ତି l

କଂଗ୍ରେସ ଶାସକ ଦଳ କୁ ତୀବ୍ର ସମାଲୋଚନା କରିବା ସହିତ   ୫ ଟି ସୁତ୍ରୀ ଓ ୨୫ ଟି ଦାବୀ କୁ ନେଇ ଭୋଟର ପାଖକୁ ଯିବ ବୋଲି  ଜୁନାଗଡ଼ କଂଗ୍ରେସ ପ୍ରାର୍ଥୀ  ତୁଲେଶ୍ୱର ନାଏକ କହିଛନ୍ତି l ଏବଂ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ବହୁଜନ ମୁକ୍ତି ପାର୍ଟିର ସୁଧାନିଧି ନାଏକ ମଧ୍ୟ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।

ଆଜି ଧର୍ମଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପ୍ରାର୍ଥୀନୀ ରଶ୍ମିରେଖା ରାଉତ, କଳାହାଣ୍ଡି ଲିବେରେଶନ ଫଣ୍ଡ ର ପ୍ରତିଷ୍ଠାତା ମଧୁ ମହାନ୍ତି ଓ ଧର୍ମଗଡ ର ସୌମ୍ୟ ରଂଜନ ନାଏକ ନାମାଙ୍କନ ପତ୍ର ଆଣିଥିଲେ ।ଆଜି ବିଜେଡି ଓ କଂଗ୍ରେସ ପକ୍ଷରୁ ବିଶାଳ ଶୋଭାଯାତ୍ରାରେ ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଧର୍ମଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ କୁ ଆସିଥିଲେ ଓ ଦୁଇ ଚକିଆ ଓ ଚାରିଚକିଆ ଯାନବାହାନ ମାନଙ୍କୁ ପାରକିଙ୍ଗ କରିଥିବା ରୁ ଦୀର୍ଘ ସମୟ ଧରୀ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା ଓ ପରେ ସ୍ଥାନୀୟ ପୋଲିସ ଘଟଣା ସ୍ଥଳକୁ ଯାଇ ଟ୍ରାଫିକ ନିୟନ୍ତ୍ରଣ କରିଥିଲେ।