ନବରଙ୍ଗପୁର :  (ବେଣୁ ଗୋପାଳ ରାଓ)ନବରଙ୍ଗପୁର ବସ ଷ୍ଟାଣ୍ଡ ନିକଟ ରାସ୍ତାରେ ଦୁର୍ଘଟଣାର ଶିକାର ହୋଇ ପଡିଥିବା ବ୍ୟକ୍ତିକୁ କେହି ସାହାଯ୍ୟ କରିବା ପାଇଁ ଆଗେଇ ନ ଆସିବା ବେଳେ ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘ ର ସମ୍ପାଦକ ଚୁମକି ଏବଂ ଗୂଗୁ କିନ୍ନର ଆଗେଇ ଆସି ତୁରନ୍ତ ନବରଙ୍ଗପୁର ଜିଲ୍ଲା ମେଡ଼ିକାଲ କୁ ସ୍ଥାନାନ୍ତରିତ କରିଥିଲେ। ସୂଚନା ଅନୁଯୟୀ ଉମରକୋଟ ବ୍ଲକର ଜାମରୁଣ୍ଡା ୧୪ ନମ୍ବର ଗ୍ରାମର ଜଣେ ୨୯ ବର୍ଷୀୟ ଯୁବକ ମନଜିତ ବିଶ୍ୱାସ ଶନିବାର ସନ୍ଧ୍ୟା ୭ ଟା ସମୟରେ ପରିବା କିଣିବାକୁ ବଜାର କୁ ଯାଇଥିଲା ବେଳେ ହଠାତ୍ ଗୋଟାଏ କାର ଆସି ଶ୍ରୀ ବିଶ୍ୱାସ ଙ୍କୁ ଧକ୍କା ଦେଇ ଚାଲିଯାଇଥିଲା।

ମନଜିତ ର ଗୋଡ଼ ଭାଙ୍ଗି ଯାଇ ବହୁତ ରକ୍ତ ବାହାରିବାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇଥିବା ଯୋଗୁଁ ନବରଙ୍ଗପୁର ମେଡିକାଲରୁ କୋରାପୁଟ ସହିଦ ଲଷ୍ମଣ ମେଡିକାଲ କୁ ରେଫର କରାଯାଇଥିଲା ।କିନ୍ନର ମାନଙ୍କ ଏହି ମହାନତା ପାଇଁ ଆଜି ଗୋଟେ ଜୀବନ ବଞ୍ଚି ଯାଇଛି ବୋଲି ଶୁଣିବା ପରେ ଜିଲ୍ଲା କିନ୍ନର ସଂଘର ସଦସ୍ୟ ମାନଙ୍କ ଏଭଳି କାର୍ଯ୍ୟକୁ ନେଇ ଜିଲ୍ଲାର ବୁଦ୍ଧିଜିବୀ ପ୍ରଶଂସା କରିଛନ୍ତି। ସୂଚନା ଯୋଗ୍ୟ ଯେ ପୂର୍ବରୁ ଜିଲ୍ଲା କିନ୍ନର ସଂଘ ପକ୍ଷରୁ ବିଭିନ୍ନ ସମୟରେ ଗରିବ ଲୋକଙ୍କୁ କମ୍ବଳ ବାଣ୍ଟିବା ସହ ରକ୍ତଦାନ ଭଲି ମହାନ୍ କାର୍ଯ୍ୟ କରିବା ସହ ବିଭିନ୍ନ ସମୟରେ ଅସହାୟ ମାନଙ୍କୁ ସାହାଯ୍ୟ ସହଯୋଗ କରିଆସୁଛନ୍ତି।