ବୌଦ୍ଧ ରୁ ଫୁଲବାଣୀ ଯାଉଥିଲା ଖମ୍ବେଶ୍ବରୀ ବସ

ହରଭଙ୍ଗା – ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଦେଇ ଯାଇଥିବା ୧୫୭   ନମ୍ବର ଜାତୀୟ ରାଜପଥ ବୌଦ୍ଧ -ଫୁଲବାଣୀ ସୀମାନ୍ତ ରାଣୀ ପଥର ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ବୌଦ୍ଧ ରୁ ଫୁଲବାଣୀ ଯାଉଥିଲା ଖମ୍ବେଶ୍ବରୀ ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ଅଳ୍ପକେ ବର୍ତ୍ତୀଲେ ବସ ଯାତ୍ରି l

ଟ୍ରକ ଟି ବିପରୀତ ଦିଗରୁ ଆସି ଧକ୍କା ଦେଇ ଫେରାର ମାରିଥିବା ବେଳେ ଦୁର୍ଘଟଣା ରେ ବସ ରେ ଥିବା୫୦ ଜଣ ଯାତ୍ରୀ ମଧ୍ୟରୁ ୨୦ ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଥିଲେ,ଓ ବସ ଡ୍ରାଇଭର ଏବଂ ଅନ୍ୟ ଯାତ୍ରୀ ଜଣେ ଗୁରୁତର ହୋଇଥିବା ଜଣା ପଡିଛି l

ଖବର ପାଇ ଚାରିଛକ ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ପହଁଚି ଉଦ୍ଧାର ଆହତ ଓ ଗୁରୁତର ଙ୍କୁ ପୁରୁଣାକଟକ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରିଥିବା ବେଳେ ଗୁରୁତର ଙ୍କୁ ବୌଦ୍ଧ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି l ଏହି ଘାଟି ରାସ୍ତା ରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି l ଖବର ସଂଗ୍ରହ ପର୍ଯ୍ୟନ୍ତ ଦୁର୍ଘଟଣା ସ୍ଥଳ ରେ ପୋଲିସ ପହଁଚି ନ ଥିବା ଜଣା ପଡିଛି l