ହରଭଙ୍ଗା (ଚିତ୍ତରଞ୍ଜନ ସିଂହ). ବୌଦ୍ଧ ଜିଲ୍ଲା ର ଗ୍ରୀଷ୍ମ ପ୍ରଭାବ କୁ ଆଖି ଆଗରେ ରଖି ମାରୱାଡି ସେବା ସମିତି ପୁରୁଣାକଟକ ଆନୁକୂଲ୍ୟରେ ବୁଧବାର ଦିନ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ର ଶୁଭ ଉଦଘାଟନ କରାଯାଇଛି l

ଜିଲ୍ଲା ର ହରଭଙ୍ଗା ବ୍ଲକ ପୁରୁଣାକଟକ ବାଣିଜ୍ୟ ର ମୁଖ୍ୟ କେନ୍ଦ୍ରସ୍ଥଳୀ ଏବଂ , ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟାଙ୍କ ସେବା ସହିତ ଜନ ବହୁଳ ସ୍ଥାନ ହୋଇଥିବା ରୁ ସମିତି ପୁରୁଣାକଟକ ଷ୍ଟେଟ ବ୍ୟାଙ୍କ ନିକଟରେ ଏହି ପ୍ରକଳ୍ପ ଶୁଭ ଉଦଘାଟନ କରିଥିବା ସମିତିର ସଭାପତି ଅଶୋକ କୁମାର ଅଗ୍ରୱାଲ କହିଛନ୍ତି l

ପ୍ରକଳ୍ପ କୁ ରୀତିନୀତି ଅନୁଯାଇ ପୂଜାର୍ଚନା କରିବା ସହ ସଭାପତି ଅଶୋକ କୁମାର ଅଗ୍ରୱାଲ ଙ୍କ କର କମଳ ରେ ଏହି ପ୍ରକଳ୍ପ ଶୁଭ ଉଦଘାଟନ କରାଯାଇଛି l ଉଦଘାଟନ ସମୟରେ ସମିତିର ଆବାହକ କୈଳାଶ ଅଗ୍ରୱାଲ, ଉପସଭାପତି -ଅମିତ ଅଗ୍ରୱାଲ, ସମ୍ପାଦକ -ମନୋଜ ଅଗ୍ରୱାଲ, ସହ ସମ୍ପାଦକ -ସ୍ୱପ୍ନାଅଗ୍ରୱାଲ,କୋଷାଧକ୍ଷ -ଆନନ୍ଦ ଅଗ୍ରୱାଲ ଙ୍କ ସମେତ ମାରୱାଡି ସେବା ସମିତିର ସମସ୍ତ କର୍ମକର୍ତା ଓ ସ୍ଥାନୀୟ ଜନ ସାଧାରଣ ଉପସ୍ଥିତ ରହିଥିଲେ l