ବୌଦ୍ଧ:(ଚିତ୍ତରଞ୍ଜନ ସିଂହ))  ବ୍ଲକ ବୀରନରସିଂହପୁର ଠାରେ ଅନୁଷ୍ଠିତ ସପ୍ତମ ଗଡ଼ଜାତ ଲୋକ ମହୋତ୍ସବ ର ଚତୁର୍ଥ ସନ୍ଧ୍ୟାରେ ସଭାପତି ଶ୍ରୀଯୁକ୍ତ ବିଶ୍ୱଜିତ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ. ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଗେଂଦ୍ରା କୁଜୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ହରଭଙ୍ଗା ବ୍ଲକ ର ଉପାଧକ୍ଷ ଶ୍ରୀଯୁକ୍ତ ସରୋଜ ପ୍ରଧାନ ଏବଂ ହାଡିବନ୍ଧୁ ମହାକୁଡ଼ ସହକାରୀ ନିବନ୍ଧକ ବୌଦ୍ଧ, ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗଡ଼ଜାତ ସଂସ୍କୃତି,ପରମ୍ପରା, ଲୁକ୍କାୟିତ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବାର ଏକ ପ୍ରକୃଷ୍ଟ ମଞ୍ଚ ବୋଲି ସମସ୍ତ ଅତିଥି ମତବ୍ୟକ୍ତ କରିଥିଲେ।

ବିଜୟ କୁମାର ସାହୁ ଅତିଥି ପରିଚୟ କରିବା ସହ ମଞ୍ଚ ପରିଚାଳନା କରିଥିଲା ବେଳେ ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ଦୁଖୀ ଶ୍ୟମ ଗାଈଗୋଉରିଆ ଧନ୍ୟବାଦ ଅର୍ପଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ୫୨  ଜଣ କବି ଯୋଗ ଦେଇ ଥିଲେ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା ଏହି ସମ୍ମିଳନୀ କୁ ନବ କିଶୋର ଦୀପ ଅଧକ୍ଷତା କରିଥିଲେ, ସମ୍ବଲପୁରୀ ଗାୟକ ରୁବି ଜେନା ଏବଂ ମାଧବ ବେହେରା , କଳା ଯିବି ବରଗଡ଼ , ନୃତ୍ୟ ପରିବେଷଣ କରିଥିଲେ।

ଧାରାବାହିକ ଅଭିନେତ୍ରୀ ମାନେ ନିଜର ସ୍ଵତନ୍ତ୍ର କଳା ପ୍ରଦର୍ଶନ କରି ଦର୍ଶକ ଙ୍କ ମନ ମୋହିଥିଲେ। ବିଳମ୍ୱିତ ରାତ୍ରି ଯାଏଁ ଦର୍ଶକ ଭରପୂର ହୋଇ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ।ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ବରିଷ୍ଠ ସଭ୍ୟ ନରେନ୍ଦ୍ର କୁମାର ସାହୁ,ପୁର୍ଣ ଗାଈଗୋଉରିଆ, ଲିଙ୍ଗରାଜ ମହାକୁଡ଼ , ପୁରନ୍ଦ୍ର ଠେଲା, ଦେବାଶିଷ ମହାକୁଳ, ଦେବେନ୍ଦ୍ର ସାହୁ ଓ ଅନ୍ୟ ସଭ୍ୟ ମାନେ ସହଯୋଗ କରିଥିଲେ ।