(ବୁଥ ବିଜୟୀ ପାଇଁ ଗୁରୁମନ୍ତ୍ର ଦେଲେ ରାଜ୍ୟ କାର୍ଯ୍ୟକର୍ତା)

ହରଭଙ୍ଗା ୧୬/୦୪  (ଚିତ୍ତରଞ୍ଜନ ସିଂ)ଆଗାମୀ ସାଧାରଣ ନିର୍ବାଚନ ୨୦୨୪ କୁ ନେଇ ମଙ୍ଗଳ ବାର ଦିନ ବିଜୁ ଜନତା ଦଳ ବୌଦ୍ଧ ନିର୍ବାଚନ ମଣ୍ଡଳୀ ବୁଥ ବିଜୟୀ ଅଭିଯାନ କାର୍ଯ୍ୟକ୍ରମ ହରଭଙ୍ଗା ବ୍ଲକ ବାମଣ୍ଡା ପଂଚାୟତ ନାଏକପଡା ହାଟପଦା ଠାରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ -ସାରଦା ଶତପଥି, କନ୍ଧମାଳ ଲୋକସଭା ପ୍ରାର୍ଥୀ -ସୁକାନ୍ତ ପାଣିଗ୍ରାହୀ, ବୌଦ୍ଧ ବିଧାନସଭା ପ୍ରାର୍ଥୀ -ସରୋଜ କୁମାର ପ୍ରଧାନ ଙ୍କ ସମେତ ଲୋକ ସଭା ପ୍ରଭାରୀ -ନିରଞ୍ଜନ ମିଶ୍ର, ଲୋକ ସଭା ବିସ୍ତାରକ -ଅଭିମନ୍ୟୁ ସାହୁ ବିଧାନସଭା ସଂଯୋଜକ – ଯୁଗୋଳ କିଶ୍ବର ସାମଲ, ବିଧାନସଭା ପ୍ରଭାରୀ -ରାକେଶ ତ୍ରିପାଠୀ, ବୌଦ୍ଧ ଜିଲ୍ଲା ବିଜେପି ସଭାପତି -ବିପ୍ର ଚରଣ ମହାନ୍ତି ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ -ସୁଶାନ୍ତ କୁମାର ପ୍ରଧାନ ମଂଚାସୀନ ଥିଲେ l

ମଂଚାସୀନ ଅତିଥି ଗଣ ବୌଦ୍ଧ ନିର୍ବାଚନ ମଣ୍ଡଳୀ ରେ ବିଧାନସଭା ପ୍ରାର୍ଥୀ ସରୋଜ କୁମାର ପ୍ରଧାନ ଓ ଲୋକସଭା ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ଙ୍କୁ ପ୍ରତି ବୁଥ ରେ ବିଜେପି ଦଳ ବା ପଦ୍ମଫୁଲ ଚିହ୍ନ ରେ ଅଧିକ ରୁ ଅଧିକ ଭୋଟ ପାଇ ବୁଥ ବିଜୟୀ ହେବା ସହିତ ଦୁଇ ପ୍ରାର୍ଥୀ ଙ୍କୁ ବିଜେତା କରିବା ପାଇଁ ଗୁରୁ ମନ୍ତ୍ର ଦେବା ସହିତ ସଂକଳ୍ପ ବଦ୍ଧ ନେଇଥିଲେ l

ଏହି ବୁଥ ବିଜୟୀ କାର୍ଯ୍ୟକ୍ରମ ରେ ବୌଦ୍ଧ ନିର୍ବାଚନ ମଣ୍ଡଳୀର ହରଭଙ୍ଗା ବ୍ଲକ ର ୨୨ ଗୋଟି ଓ ବୌଦ୍ଧ ବ୍ଲକ ର ୧୧ ଗୋଟି ପଂଚାୟତ ର ସମୁଦାୟ୧୯୪ ଗୋଟି ବୁଥ ର ବୁଥ ସଭାପତି, ମଣ୍ଡଳ ସଭାପତି, ପ୍ରଭାରୀ ଙ୍କ ସମେତ ସହ ସହ ଭାରତୀୟ ଜନତା ପାର୍ଟି ର କର୍ମ କର୍ତା ଯୋଗ ଦାନ କରିଥିଲେ l ଉପସ୍ଥିତ ସମସ୍ତ କର୍ମ କର୍ତା ଭାରତ ମାତା ନାରl ଦେଇ ୨୦୨୪  ସାଧାରଣ ନିର୍ବାଚନ ରେ ବିଜେପି କନ୍ଧମାଳ ଲୋକସଭା ଓ ବୌଦ୍ଧ ବିଧାନସଭା ପ୍ରାର୍ଥୀ ଙ୍କୁ ବିଜେତା କରିବା ପାଇଁ ସଂକଳ୍ପ ବଦ୍ଧ ହୋଇଥିଲେ l