ହରଭଙ୍ଗା(ଚିତ୍ତରଞ୍ଜନସିଂ ) ଦିନକୁ ଦିନ ଲୋପ ପାଇବାକୁ ବସିଲାଣି ଢେଙ୍କି l ଗ୍ରାମାଞ୍ଚଳ ରେ ଶୁଭୁନି ଆଉ ଢେଙ୍କି ର ଢ଼ିକ ଢ଼ିକ ଶବ୍ଦ lମିଳୁନି ଢେଙ୍କି କୁଟା ଚାଉଳ କି ଚୁନା ପିଠା l ପାଟିରେ ଆଉ ମିଳୁନି ସେଇ ଢେଙ୍କି କୁଟା ଚୁଡା ବା ମୁଢି l ଆଧୁନିକତା ଯୁଗରେ ଆସର ମେଲେଇ ବସିଛି ନୁଆଁ ନୁଆଁ କଳକବଜା, ଅଳ୍ପ ସମୟ ରେ ଖୁବ ସୁବିଧା ରେ ହୋଇପାରୁଛି ବସ୍ତା ବସ୍ତା ଚାଉଳ, ଗହମ, ଚୁନା, ଚୁଡା ର ମିଲିଙ୍ଗ l କିନ୍ତୁ ଏହି ପୁରୁଣା ପରମ୍ପରା ସଂସ୍କୃତି ଲୋପ ପାଇ ବସିଥିଲେ ମଧ୍ୟ କୋଟିଏ ଭିତରେ ଗୋଟିଏ ଭଳି କାଁ ଭାଁ ଗ୍ରାମଞ୍ଚଳ ରେ ଢେଙ୍କି ବସିଥିବା ଦେଖିବାକୁ ମିଳୁଛି l

ଢେଙ୍କି କୁଟା ଖାଦ୍ୟ ର ବ୍ୟବହାର କରିଥିବା ଲୋକଙ୍କ ପାଖରୁ ଆଜିବି ଶୁଣିବାକୁ ମିଳିଥାଏ ଯେ ପୂର୍ବେ ଘରେ ଘରେ ଯେ କୌଣସି କାର୍ଯ୍ୟ ଯେମିତି ବିବାହ, ବନ୍ଦା ପଣା, ପୂଜା, ନୁଆଁ ଖାଇ ଆଦି ପଡିଲେ ଲୋକମାନେ କେବଳ ଢେଂକିର ଆଶ୍ରୟ ନେଉଥିଲେ l ସେ ସମୟ ରେ କୌଣସି କଳକବଜା ନଥିଲା l ଢେଙ୍କି ଦ୍ୱାରା ଧାନ ରୁ ଚାଉଳ, ଚୁନା, ଚୁଡା ଏବଂ ମୁଢି ଚାଉଳ, ଗହମ ଏପରିକି ଅଦା, ରସୁଣ ମଧ୍ୟ ଭୋଜି କାର୍ଯ୍ୟ ରେ ଛେଚି ପ୍ରସ୍ତୁତ କରିଥାନ୍ତି l ଏବଂ ଢେଂକିରୁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଅତି ଭିଟାମିନ ଯୁକ୍ତ, ସ୍ୱାଦିଷ୍ଟ ଲାଗିଥାଏ l

କିନ୍ତୁ ଆଜିକା ଆଧୁନିକତା ଯୁଗ ରେ ଆଉ ଢେଙ୍କି ର ପ୍ରଚଳ ବନ୍ଦ ହେବାକୁ ବସିଲାଣି l ଗାଁ ଦାଣ୍ଡ ରେ ଶୁଭୁନି ଆଉ ଢ଼ିକ ଢ଼ିକ ଶବ୍ଦ, ଯେଉଁ ଆଡ଼େ ଗଲେ ବିଦ୍ୟୁତ ଦ୍ୱାରା ଚାଳିତ ବିଭିନ୍ନ ଉନ୍ନତ ମାନର କଳ କବଜା ଘଡଘଡ ଶବ୍ଦ ଦେଖିବାକୁ ମିଳୁଛି l ଆସନ୍ତୁ ଜାଣିବା ପ୍ରଶ୍ଚିମ ଓଡିଶା ରେ ଢେଙ୍କି କୁ ମଧ୍ୟ ଅନ୍ନପୂର୍ଣ୍ଣା ଭାବେ ମହିଳା ମାନେ ମାନି ପୂଜା କରନ୍ତି l କଥାରେ କୁହନ୍ତି ଯାହା ଘରେ ଢେଙ୍କି ରହିଥାଏ ତାହାଘରେ ମାଁ ଲକ୍ଷ୍ମୀ ଙ୍କ ଆସ୍ଥାନ ରହିଥାଏ l ସେନେଇ ଆଜିବି ବୌଦ୍ଧ ଜିଲ୍ଲା ର କେତେକ ନିଦୀର୍ଷ୍ଟ ଗ୍ରାମ ଗୁଡିକ ରେ କାଁ ଭାଁ ଢେଙ୍କି ରହିଛି, କେବଳ ମାଁ ଠାକୁରାଣୀଙ୍କ ନବାନ୍ହ ଭୋଗ ହେଉକି କି ପୂଜା କାର୍ଯ୍ୟ ରେ ଆବଶ୍ୟତା ହେଉଥିବା ଭୋଗ ରାଗ ର ପ୍ରସ୍ତୁତି ଢେଙ୍କି ଦ୍ୱାରା ହିଁ କାର୍ଯ୍ୟ ଜାରି ରହିଛି l

ବର୍ତମାନ ବି ଆଧୁନିକତା ଯୁଗରେ ଲୋପ ପାଇଯାଉଥିବା ଢେଙ୍କି ବୌଦ୍ଧ ଜିଲ୍ଲା ର ବିଭିନ୍ନ ଗ୍ରାମାଞ୍ଚଳ ଗୁଡିକ ରେ କାଁ ଭାଁ ଢେଙ୍କି ର ବ୍ୟବହାର ହେଉଥିବା ମଧ୍ୟ ବେଳେ ବେଳେ ଦେଖିବାକୁ ମିଳିଥାଏ lଢେଙ୍କି ର ନିର୍ମାଣ ଓ ବ୍ୟବହାର କିପରିଢେଙ୍କି କୁ ନିର୍ମାଣ କରିବାକୁ ହେଲେ ଏକ 8/ରୁ 10 ଫୁଟ ଲମ୍ବ,10ଇଞ୍ଚ ଗୋଳେଇ ର ଏକ ସବଳ କାଠ ଦରକାର ହୋଇଥାଏ l କାଠ ର ଆଗରେ ଏକ କଣା କରି ତା ମଧ୍ୟରେ ଏକ 2ଫୁଟ ଭିତରେ ଏକ ଛୋଟ କାଠ କିଳାର ମୂଳରେ ଲୁହା ବଳା ଲଗାଇ ଖଞ୍ଜା ଯାଇଥାଏ l ପରେ ମାଟି ଉପରେ ଏକ କାଠଶାଳ ରେ ଗାତ କରାଯାଇଥିବା ବେଳେ ଢେଙ୍କି କୁଟିବା ସମୟ ରେ ଢେଙ୍କି ଏପଟ ସେପଟ ନହେବା ପାଇଁ ଢେଙ୍କି ମଝିରେ ଉଭୟ ସାଇଟ ରେ ଗାତ ଖୋଲି ଦୁଇଟି କାଠ ପୋତିଦିଆଯାଇଥାଏ l

ଯେତେବେଳେ ଧାନ ଚାଉଳ ଚୁନା ଆଦି ପ୍ରସ୍ତୁତ କରିବାକୁ ହେଲେ ଦୁଇଜଣ ମହିଳା ଆବଶ୍ୟକ ତା ରହିଥାଏ l ଜଣେ ଢେଙ୍କି ର ଶେଷ ମୁଣ୍ଡରେ ଗୋଡ଼ ସାହାଯ୍ୟ ରେ ଢେଙ୍କି କୁଟୁଥିବା ବେଳେ ଅନ୍ୟଜଣେ ଆଗରେ ରହି ଧାନ, ଚାଉଳ, ଆଦି ଗାତରେ ସାଉଁଟି ନେଇଥାନ୍ତି l ଏବଂ ଢେଙ୍କି କୁଟା ଖାଦ୍ୟ ମଣିଷ କୁ ଅତି ସୁସ୍ୱାଦୁ ଲାଗୁଥିବା ବେଳେ ଖାଦ୍ୟରେ ଭିଟାମିନ ଯୁକ୍ତ ପ୍ରଚୁର ରହିଥାଏ ବୋଲି ବ୍ୟବହାରୀ ଙ୍କ ଠାରୁ ଶୁଣିବାକୁ ମିଳିଥାଏ l