ହରଭଙ୍ଗା :(ଚିତ୍ତ ରଞ୍ଜନ ସିଂ )ହରଭଙ୍ଗା ବ୍ଲକ ଚାରିଛକ -ଅତଲସରା ପୂର୍ତ୍ତ ରାସ୍ତାରେ ବହୁବର୍ଷ ଧରି ବିଭାଗ ର ଯତ୍ନ ଅଭାବ ରୁ ରାସ୍ତା ଖାଲ ଖମା ସହିତ ବିଭିନ୍ନ ପୋଲ ଉପରୁ କଂକ୍ରିଟ ଉଠିବା, ମହାନଦୀ ରୁ ବେପାରୁଆ ଓଭର ଲୋଡ଼ିଂ ବାଲି ଚାଲାଣ ହେଉଥିବାରୁ ରାସ୍ତା ଉପରେ ବାଲି ପଡି ଛୋଟ ବଡ଼ ଦୁର୍ଘଟଣା ରେ ବହୁ ଧନ ଜୀବନ ନଷ୍ଟ ହୋଇଥିବା ବହୁ ସମୟ ରେ ନଜର କୁ ଆସିଥିଲା l

ଏହାକୁ ଦୃଷ୍ଟିରେ ରଖି ଆଜି ହରଭଙ୍ଗା ଥାନା ପକ୍ଷରୁ ଥାନା ଅଧିକାରୀ ନଳିନୀକାନ୍ତ ଦାସ ଙ୍କ ନେତୃତ୍ୱରେ ଉକ୍ତ ପୂର୍ତ୍ତ ରାସ୍ତର ବିଭିନ୍ନ ସ୍ଥାନର ଅଳିଆ ଆବର୍ଜନା, ବାଲି, ମୋରୁମ ସଫା ସହିତ, ଖରଭୂଇଁ କଙ୍କଡା ପଥର ସେତୁ ରେ ହୋଇଥିବା ଗର୍ତ୍ତ ଗୁଡିକରେ ପିଚୁ ପକାଇ ସମତୁଲ କରିଥିଲେ ଓ ସେତୁ ଉପରେ ପଢିଥିବା ଅଳିଆ ସଫା କରିଥିଲେ l

ତତ ସହିତ ଉକ୍ତ ରାସ୍ତାରେ ବେପାରୁଆ ଗାଡି ଚାଳନlକୁ ଦୃଷ୍ଟିରେ ରଖି ଗାଡି ଗୁଡିକର ଗତି ହ୍ରାସ କରାଇବା ପାଇଁ ଦୁର୍ଘଟଣା ଜନିତ ସ୍ଥାନ ଗୁଡିକରେ ଷ୍ଟପର ବ୍ୟବସ୍ଥା କରାଇଥିଵା ଜଣା ପଡିଛି l ଥାନା ଅଧିକାରୀଙ୍କ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ କୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି l ଏହି କାର୍ଯ୍ୟକ୍ରମ ରେ ଥାନା ଅଧିକାରୀ ଙ୍କ ସମେତ ଥାନାର କର୍ମଚାରୀ ଓ ସ୍ଥାନୀୟ ସ୍ଵଚ୍ଛାସେବୀ ସାମିଲ ରହିଥିଲେ l