ହରଭଙ୍ଗା ( ଚିତ୍ତରଞ୍ଜନ ସିଂ)ଅଗ୍ନିକାଣ୍ଡ ରେ ୨ ବଖରା ଘର ପୋଡି ଭଶ୍ମିଭୁତ ଓ ଅସବାବ ପତ୍ର ପୋଡି ନଷ୍ଟ ହେବା ସହିତ ଅଳ୍ପକେ ବର୍ତିଲେ ପରିବାର l ସୂଚନା ଅନୁଯାଇ ହରଭଙ୍ଗା ବ୍ଲକ କୁସଙ୍ଗ ପଞ୍ଚାୟତ ଅନ୍ତର୍ଗତ କୁଶାସିଙ୍ଗା ଗ୍ରାମରେ ଆଜି ମଧ୍ୟାହ୍ନ 2ଘଣ୍ଟା ସମୟରେ ଗ୍ରାମର ଗଗନ କଲତା ଙ୍କ ଘରେ କୋଣସି କାରଣ ବଶତଃ ହଠାତ ନିଆଁ ଲାଗିଥିଲା ।

ନିଆଁ ର ପ୍ରକୋପ ଏତେ ଥିଲା ଜେ ଗ୍ରାମବାସୀ ନିଆଁ କୁ ଆୟତ୍ତ କରିପାରିନଥିଲେ lଅଗ୍ନିଶମ ବାହିନୀ କୁ ଖବର ଦେବାରୁ ଚାରିଛକ ଅଗ୍ନିଶମ ଦୁର୍ଘଟଣା ସ୍ଥଳରେ ପହଂଚି ଲା ବେଳକୁ ୨ ବଖରା ଘର ସହିତ ଆସବାବ ପତ୍ର ପୋଡି ପାଉଁଶ ହୋଇ ସାରିଥିଲା l

ଅନ୍ୟ ପଟେ ଖରା ହେଉଥିବା ରୁ ନିଆଁ ଲାଗିବ ସମୟରେ ଗଗନ ଙ୍କ ଝିଅ ଓ ଜ୍ୟାଇଁ ଘରେ ସୋଇଥିବା ହଠାତ୍ ନିଆଁ କୁ ଦେଖି ଗ୍ରାମ ବାସି ଘରେ ଭିତରୁ ଦୁଇ ଦମ୍ପତି ଙ୍କୁ ଉଦ୍ଧାର କରିଥିଲେ l ଏହି ଅଗ୍ନି କାଣ୍ଡ ରେ ଗଗନ ଙ୍କ ଘରେ ଥିବା ନଗଦ କୋଡ଼ିଏ ହଜାର ଟଙ୍କା ସମେତ ସୁନା ଅଧା ଭରି ଓ ଚାଉଳ, ଧାନ, ମୁଗ ବିରି ଇତ୍ୟାଦି ଜଳି ପାଉଁଶ ହୋଇଯାଇଛି।ଅଗ୍ନିକାଣ୍ଡ ରେ କ୍ଷୟ କ୍ଷତି ହୋଇଥିବା ଗଗନ ଙ୍କୁ ସରକାରୀ ସହାୟତା ପାଇଁ ଗ୍ରାମବାସୀ ଦାବି କରିଛନ୍ତି l