ଟିଟିଲାଗଡ – (ସଞ୍ଜୟ କୁମାର ନାୟକ)ଏପ୍ରିଲ ୧୪ ତାରିଖକୁ ସମ୍ବିଧାନ ପ୍ରଣେତା ଡ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ତରଫରୁ ଜିଲ୍ଲା ସଙ୍ଗଠକ ଥବିର ପୁଝାରୀଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ପୁଣି ଥରେ ଜିଲ୍ଲା ଆଦିବାସୀ କଲ୍ୟାଣ ଭବନ ଠାରେ ପହଞ୍ଚିଥିଲା।

ଏହି ଅବସରରେ ବାବା ସାହେବ ଆମ୍ବେଦକରଙ୍କ ବିଷୟରେ ସମସ୍ତ ଅତିଥି ତାଙ୍କର ଅବଦାନ ବିଷୟରେ ଆଲୋକପାତ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର ଶ୍ରୀମତି ବନଲତା ମାଝି, ମୁଖ୍ୟ ବକ୍ତା ଭାବେ ଶ୍ରୀ ହେମେନ୍ଦ୍ର ନାଥ ହାଁସଦା, ସମ୍ମାନୀତ ଅତିଥି ଭାବେ ଟିଟିଲାଗଡ ବ୍ଲକ ସଭାପତି ପଦ୍ମନ ପ୍ରଧାନି, ସଇଁତଳା ବ୍ଲକ ସଭାପତି ସନ୍ତୋଷ ପୁଟା, ଗୁଡ଼ଭେଲା ବ୍ଲକ ସଭାପତି ଘନଶ୍ୟାମ ପ୍ରଧାନି, ମୂରିବାହାଲ ବ୍ଲକ ନାରୀ ନେତ୍ରୀ ପତରଙ୍ଗି ମାଝି, ତୁରେକେଲା ବ୍ଲକର ନାରି ନେତ୍ରୀ ଭୂମିଶୁତା ସାମରତଙ୍କ ସମେତ ଅନ୍ୟାନ୍ୟ ବହୁ ଅଞ୍ଚଳରୁ ସଙ୍ଘର ନେତା ଓ ସଦସ୍ୟ ମାନେ ସାମିଲ ହୋଇଥିଲେ।