ଧର୍ମଗଡ:୧୪/୪(ହେମନ୍ତ କୁମାର ମାଝୀ)ଧର୍ମଗଡ ର ଅଧିଷ୍ଠାତ୍ରୀଦେବୀ ମା ଭଣ୍ଡାର ଘରଣୀ ଙ୍କ ଚୈତ୍ରଯାତ୍ରା ଆଜି ଶନିବାର ଆରମ୍ଭ ହୋଇ ଯାଇଛି । ଆସନ୍ତା ମଙ୍ଗଳବାର ଦିନ ଏହା ସମ୍ପନ୍ନ ହେବ । ଏଥିପାଇ ସମଗ୍ର ସହରାଞ୍ଚଳ ଚଳଚଞ୍ଚଳ ହୋଇଉଠିଛି। ଆଜି ସକାଳୁ ସ୍ଥାନୀୟ ଗୌନ୍ତିଆ ଙ୍କ ଘରୁ ପୂଜାର୍ଚ୍ଚନା ପରେ ମାଆ ଙ୍କ ଘଟ (କଳସ)କୁ ତେନ୍ତୁଲିଆ ପଡ଼ାସ୍ଥିତ ମନ୍ଦିର ପୂଜକ ଙ୍କ ଘରକୁ ନେଇ ସେଠାରେ ପୂଜା ପାଇବା ପରେ ବହୁ ଆଡ଼ମ୍ବରରେ ମାଆଙ୍କ ଘଟ ନଗର ପରିକ୍ରମା ପାଇଁ ବାହାରି ଥିଲା ।

ମାଁ ଙ୍କ ଘଟ କୁ ସ୍ୱାଗତ କରିବା ପାଇଁ ମହିଳା ମାନେ ନିଜ ନିଜର ଘର ଦାଣ୍ଡ ଦୁଆର କୁ ଲିପା ପୋଛା କରିବା ସହ ଝୋଟି ଦେଇ ମାଆ ଙ୍କ ସଦୃଶ କଳସକୁ ବନ୍ଦାପନା କରି ସ୍ୱାଗତ କରିଥିଲେ । ଚାରି ଦିନ ଧରି ଗ୍ରାମ ପରିକ୍ରମା ପରେ ଆସନ୍ତା ମଙ୍ଗଳବାର ଦିନ ମାଆ ଙ୍କ ଏହି ଘଟ ଯାତ୍ରା ଶେଷ ହେବ।ଧର୍ମଗଡ ର ଅଧୀଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ଭଣ୍ଡାର ଘରଣୀ । ମା ଭଣ୍ଡାର ଘରଣୀ ଙ୍କ ଉପରେ ଅଂଚଳ ବାସୀଙ୍କ ରହିଛି ଅଗାଧ ଆସ୍ଥା ଓ ବିଶ୍ୱାସ । ବର୍ଷ ତମାମ ଭକ୍ତ ମାନଙ୍କୁ ମା ନିଜମନ୍ଦିର ରେ ଦର୍ଶନ ଦେଉଥିବା ବେଳେ ଚୈତ୍ର ପର୍ବ ସମୟରେ କିନ୍ତୁ ମା ଙ୍କ ପ୍ରତିମା ସ୍ଵରୂପ ଘଟ (କଳସୀ)ମନ୍ଦିର ରୁ ବାହାରି ନଗର ପରିକ୍ରମା ପୂର୍ବକ ଭକ୍ତଙ୍କ ଦୁଆର ମୂହଁ ରେ ଦର୍ଶନଦେଇଥାନ୍ତି ମା ଭଣ୍ଡାରଘରଣୀ ।

ଏହିପର୍ବ ସମୟରେ ଦୁଇ ଜଣ ବାଳିକା ମାନଙ୍କ ଦ୍ଵାରା ମା ଭଣ୍ଡାର ଘରଣୀ ଓ ମାଁ ଠାକୁରାଣୀ ଙ୍କ ଘଟ ବହନ ହୋଇ ସହରର ସମସ୍ତ ଘରକୁ ଘର ପରିକ୍ରମା କରାଯାଇଥାଏ । ତେବେ ଆଶ୍ଚର୍ଯ୍ୟର ବିଷୟ ଯେ ମା ଙ୍କ ଯାତ୍ରା ର ଦିନେ ପୂର୍ବରୁ ମାଙ୍କ ଘଟ(କଳସୀ)କୁ କେଉଁ କୁମାରୀ କନ୍ୟା ଧାରଣ କରିବେ ତାହା ଉପରେ ମୂଖ୍ୟ ପୂଜକଙ୍କୁ ସ୍ଵପ୍ନାଦେଶ ହୋଇ ଥାଏ । ତାପରେ ପୂଜକସେହି ଘରକୁ ଯାଇ କୁମାରୀ ଦ୍ବୟ ଙ୍କୁ ମନ୍ଦିର କୁ ନେଇ ଆସନ୍ତି ।ଏହା ପରେ ମା’ଙ୍କ ମନ୍ଦିରରେ ସ୍ଥାନୀୟ କିଛି ମହିଳା ଏବଂ ପୁରୁଷଙ୍କ ଦେହରେ କାଳିଶି ରୂପରେ ମା ଙ୍କ ଆବିର୍ଭାବ ହୋଇଥାଏ। ଏହା ପରେ ମା ଙ୍କ ଘଟ ସହର ଅଭିମୁଖେ ବାହାରି ଥାଏ । ଏହି ସମୟରେ ମାଙ୍କ ଦର୍ଶନ କଲେ ସମସ୍ତ ମନସ୍କାମନା ପୁର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି ।