ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ପୁରନ୍ଦର ବାରିକ ସୃତିକମିଟି ବ୍ଲକଛକ ପକ୍ଷରୁ ସ୍ଥାନୀୟ ରୟାଲପଡିଆ ଠାରେ ଆସନ୍ତା ୧୯ତାରିଖରୁ ୨୧ତାରିଖ ପର୍ଯ୍ୟନ୍ତ ଏକ ୩ ଦିନିଆ ନାଟ୍ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ହୋଟେଲ ପ୍ରୋଗ୍ରେସ୍ଇନ୍ ର ସମ୍ମିଳନୀ କକ୍ଷରେ ପୁରନ୍ଦର ସ୍ମୃତି କମିଟି ର ଅଧ୍ୟକ୍ଷ ଅରବିନ୍ଦ ବାରିକ ଙ୍କ ପୈ।ରହିତ୍ୟରେ ଅନୁଷ୍ଠିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ଲୋଗୋ ଉନ୍ମୋଚନ ସହ ସବିଶେଷ ବିବରଣୀ ପ୍ରଦାନ କରାଯାଇଛି।

ଏହି ୩ଦିନିଆ ନାଟ୍ ମହୋତ୍ସବ ରେ ପଶ୍ଚିମ ଓଡ଼ିଶାର ସ୍ଵନାମ ଧନ୍ୟ ନିର୍ଦ୍ଦେଶକ ଙ୍କ ବଛାବଛା ସର୍ବମୋଟ ୯ ଟି ନାଟକ ପ୍ରଦର୍ଶନ ହେବ। ୧୯ ତାରିଖରେ ନାଟ୍ ମହୋତ୍ସବର ଉଦଘାଟନ ହେବାସହ ପ୍ରଥମ ନାଟକ ଭବାନୀପାଟଣା ର କାରୁଣ୍ଡ କଳାମଞ୍ଚ ଅନୁଷ୍ଠାନ ର ନାଟ୍ୟକାର ଓ ନିର୍ଦ୍ଦେଶକ ପ୍ରଦୀପ ଡି ମାଝୀ ଙ୍କ ନାଟକ ‘ଝର୍କା’ ଓ ବରଗଡ ପଦମପୁର ରନାଟ୍ୟ ଅନୁଷ୍ଠାନ ‘ଲୁ ‘ ର ନାଟ୍ୟକାର ଜଗନ୍ନାଥ ସେଠ୍ (ଏନ୍ଏସ୍ ଡିଆନ୍) ,୨୦ତାରିଖରେ ଝାରସୁଗୁଡା ବେଲପାହାଡ଼ ମିରର୍ ଥିଏଟର ନାଟ୍ୟ ଅନୁଷ୍ଠାନ ର ନାଟ୍ୟକାର ଓ ନିର୍ଦ୍ଦେଶକ ସୁବାଷ ପ୍ରଧାନ ଙ୍କ “ପାଚେନ୍ ” ଓ ସୁବର୍ଣ୍ଣପୁର ବଡକର୍ଲେ ରନାଟ୍ୟ ଅନୁଷ୍ଠାନ ବୀଣାପାଣି ସାହିତ୍ୟ କଳା ସଂସଦ ର ନାଟ୍ୟକାର ଓ ନିର୍ଦ୍ଦେଶକ ସୁମନ୍ତ ଭୋଇଙ୍କ “ଟୁକୁ”ଓ ୨୧ତାରିଖ ରେ ନୂଆପଡା ବୋଡେନ ର ନାଟ୍ୟ ଅନୁଷ୍ଠାନ ଜ୍ଞାନୋଦୟ କେରାପଦର ର ନାଟ୍ୟକାର କେଶ ରଞ୍ଜନ ପ୍ରଧାନ ଓ ନିର୍ଦ୍ଦେଶକ ରବି ଶଙ୍କର ପ୍ରଧାନ ଙ୍କ ନାଟ୍ “ମଧୁବିଦ୍ୟା” , ସମ୍ବଲପୁର ର ଶ୍ରୀ କଲଚରାଲ ଏସୋସିଏସନ୍ ନାଟ୍ୟ ଅନୁଷ୍ଠାନ ର ନାଟ୍ୟକାର ଓ ନିର୍ଦ୍ଦେଶକ ସତ୍ୟ ରଞ୍ଜନ ବେହେରା ଙ୍କ ନାଟ୍ “କେଡା ” ଓ ବରଗଡ ପଦମପୁର ର ନାଟ୍ୟ ଅନୁଷ୍ଠାନ ଅବର୍ଣୀଗୁଣ୍ଡା ର ନାଟ୍ୟକାର ଅଶୋକ ବହିଦାର ଓ ନିର୍ଦ୍ଦେଶକ ବିଶ୍ରାମ ମେହେର ଙ୍କ ନାଟ୍ “ଟିକଟ୍” ପ୍ରଦର୍ଶୀତ ହେବା ପାଇଁ ଚୁଡ଼ାନ୍ତ ‌ହୋଇଥିବା ପୁରନ୍ଦର ସ୍ମୃତି କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ଏହି ସମ୍ମିଳନୀରେ ସ୍ଵର୍ଗତ ପୁରନ୍ଦର ବାରିକ ଙ୍କ ବଡ଼ପୁଅ ଆନନ୍ଦ ବାରିକ ଓ ମଝିଆ ପୁଅ ସାନନ୍ଦ ବାରିକ ଉଭୟେ ପୁରନ୍ଦର ବାରିକ ଙ୍କ ପ୍ରତିଭାର ବିଭିନ୍ନ ଅନାଲୋଚିତ ଦିଗ ଉପରେ ବିଷଦ ଆଲୋଚନା କରିବା ସହ ଜିଲ୍ଲାର ବିଭିନ୍ନ ଅଞ୍ଚଳ ର ଢୁଲିଆ ମାନଙ୍କୁ ନେଇ ଷୋହଳଭର୍ଣୀ ଉପରେ ଏକ ପ୍ରଦର୍ଶନ କରିବା ଉପରେ ମତ ରଖିଥିଲେ। ଏହି କାର୍ଯ୍ୟକ୍ରମ କୁ ସ୍ମୃତି କମିଟି ର ସଂପାଦକ ଦିଲ୍ଲୀପ ପାତ୍ର ପରିଚାଳନା କରିଥିବାବେଳେ ଅଶୋକ ଜେନା,ଶରତ ମହାପାତ୍ର, ଦେବାଶିଷ ପଟ୍ଟନାୟକ,ଶିବ ଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ ଶେଷରେ କୋଷାଧ୍ୟକ୍ଷ ନିଶାନ୍ତ କୁମାର ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ।