ଜୁନାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ମନୋଜ ମେହେର

ଧର୍ମଗଡ଼;୨୪/୪( ହେମନ୍ତ କୁମାର ମାଝୀ)ଆଜି ଧର୍ମଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପୃଥକ୍ ପୃଥକ୍ ଭାବେ ବିଜେପି ପ୍ରାର୍ଥୀ ସୁଧୀର ରଂଜନ ପଟ୍ଟଯୋଶୀ ଓ କଂଗ୍ରେସ ପ୍ରାର୍ଥୀନୀ ରସ୍ମିରେଖା ରାଉତ ଧର୍ମଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟକୁ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ।

ଉଭୟ ପ୍ରାର୍ଥୀ ଓ ପ୍ରାର୍ଥୀନୀ ଧର୍ମଗଡ ର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାରଘରୁଣି ଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ଏକ ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଦଳର ବହୁତ୍ ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ହୋଇଥିବା ବେଳେ ବିଜେପି ସାଂସଦ ପ୍ରାର୍ଥୀନୀ ମାଳବିକା ଦେଓ ଓ ତାଙ୍କ ସ୍ଵାମୀ ଅର୍କ କେଶରୀ ଦେଓ ଓ ବିଜେପିର ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା ମାନେ ନାମାଙ୍କନ ପତ୍ର ଦାଖଲ ସମୟ ରେ ଉପସ୍ଥିତ ରହିଥିଲେ।

ଠିକ୍ ଏହିପରି ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ର ବିଜେପି ପ୍ରାର୍ଥୀ ମନୋଜ ମେହେର ଜୁନାଗଡ଼ ଠାରେ ଶକ୍ତି ପ୍ରଦର୍ଶନ କରିଥିଲେ ଓ ନିଜ ସମର୍ଥକ ମାନଙ୍କ ଗହଣରେ ଆସି ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର ଙ୍କ ଠାରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ଏହି ସମୟରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ, ଜିଲ୍ଲା ମହିଳା ମୋର୍ଚ୍ଚା ସଭା ନେତ୍ରୀ ନିରୁପମା ନାଏକ, ବରିଷ୍ଠ ନେତା ଅଜୟ କୁମାର ପାଣିଗ୍ରାହୀ ଙ୍କ ସମେତ ବିଜେପିର ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ସେହିପରି ଜୁନାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଓଡ଼ିଶା ଜନତା ଦଳ ପ୍ରାର୍ଥୀ ରବି ହରିଜନ ନାମାଙ୍କନ ପତ୍ର ଦାଖଲ କରିଥିଲେ।