ନବରଙ୍ଗପୁର : (ବେଣୁ ଗୋପାଳ ରାଓ)ନବରଙ୍ଗପୁର ଗାନ୍ଧୀ ନଗର ଆର ଏମ ସି କେମ୍ପସ ରେ କନ୍ଧ ସାହି ଯୁବକ ସଙ୍ଘ ତରଫରୁ ମାଁ ଧାରଣୀ ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଇଯାଇଛି ! ଏହି ଟୁର୍ନାମେଣ୍ଟ କୁ ନବରଙ୍ଗପୁର ବାରିକ ସଙ୍ଘ ର ଏନ. ଗଣିବାବୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ ! ବାରିକ ସଙ୍ଘ ର ସଭାପତି ଏନ ଗଣିବାବୁ ପ୍ରଥମେ ମାଁ ଧାରଣୀ ଙ୍କୁ ପୂଜାଅର୍ଚନା କରିଥିଲେ !

ପରେ ଭଲିବଲ ଟୁର୍ନାମେଣ୍ଟ ରେ ଯୋଗଦେଇଥିବା ଖେଳାଳୀ ଙ୍କୁ ଉତ୍ସାହିତ କରିଥିଲେ ! ମାଁ ଧାରଣୀ ଭଲିବଲ ଟୁର୍ନାମେଣ୍ଟ ର ସଭାପତି ଜଗା ଆଚାରୀ , ସମ୍ପାଦକ ବାବୁଲା ଜାନି ଏବଂ କମିଟି ର ସମସ୍ତ କର୍ମକର୍ତା ମୁଖ୍ୟ ଅତିଥି ଙ୍କୁ ପୁଷ୍ପଗୁଞ୍ଚ ପ୍ରଦାନ କରିବା ସହ ଉପଡଙ୍କନ ଦେଇ ସମ୍ମାନିତ କରିଥିଲେ ! ଏହି ଟୁର୍ନାମେଣ୍ଟ 10 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କମିଟି ତରଫରୁ ପ୍ରକାଶ କରିଛନ୍ତି !