ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ )ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂହପୁରଠାରେ ଚାଲିଥିବା ସପ୍ତମ ଗଡଜାତ ଲୋକମହୋତ୍ସବର ବୁଧବାର ସପ୍ତମ ସନ୍ଧ୍ୟାରେ ବୀରନରସିଂହପୁର ସମିତି ସଭ୍ୟା କଲ୍ୟାଣୀ ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ଜିଲାପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ ଓ ସମ୍ମାନିତ ଅତିଥି ଭାବରେ ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ, ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ବପ୍ନ ନୀତା ନାଏକ,ଛଅ ନମ୍ବର ଜିଲାପରିଷଦ ଜୋନ ସଦସ୍ୟା କଳ୍ପନାରାଣୀ ସାହୁ , ସାମ୍ପୋଚ ସରପ କଳ୍ୟାଣୀ ପ୍ରଧାନ, ଓ ଫୂଡ ଏକ୍ସପଟ କଟକ ସଙ୍ଗିତା ଦାସ ଯୋଗଦେଇଥିଲେ ।

ଲୋକ ସଂସ୍କୃତିର ଉତ୍ସବ ଅବସରରେ ଆମ ସମାଜରେ ମହିଳା ବା ନାରାଶକ୍ତିର ଗୁରୁତ୍ୱକୁ ନେଇ ଆଲୋଚନା କରାଯାଇଥିଲା । ଆଜି ସବୁକ୍ଷେତ୍ରରେ ମହିଳାମାନେ ପରୁଷମାନଙ୍କ ସମକକ୍ଷ ଭାବରେ ନିଜର କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିଆସୁଥିବାବେଳେ ସମାଜରେ ସେମାନଙ୍କୁ ସମାନ ଅଧିକାର ମଧ୍ୟ ହାସଲ ହୋଇପାରିଛି । ଆମ ସଂସ୍କୃତି ପରମ୍ପରାରେ ମହିଳାମାନଙ୍କୁ ମାତା ଭାବରେ ସମ୍ମାନ ପ୍ରଦର୍ଶନ କରାଯିବା ସହିତ ନାରୀକୁ ସକଳ ଶକ୍ତିର ଆଧାର ଭାବରେ ବିବେଚନା କରାଯାଇଥାଏ । ପରିବାର ଗଠନରେ ମହିଳାଙ୍କ ଯେତିକି ଗୁରୁଦାୟିତ୍ୱ ରହିଥାଏ ସମାଜ ଗଠନରେ ମଧ୍ୟ ସମାନ ଦାୟିତ୍ୱ ରହିଥାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ବିଜୟ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିବାସହିତ ମ ପରିଚାଳନା କରିଥିବାବେଳେ ବରିଷ୍ଠ ସଦସ୍ୟ ଲିଙ୍ଗରାଜ ମହାକୁଡ ଧନ୍ୟବାଦ ପ୍ରଦାନ କରିଥିଲେ । ମହୋତ୍ସବର ଷଷ୍ଠ ସନ୍ଧ୍ୟାରେ କରାଳି କଳାପରିଷଦ ସମ୍ବଲପୁର ସମେତ ବିଭିନ୍ନ ଅଳରୁ ଆସିଥିବା ଓ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆକର୍ଷଣୀୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଦେବାଶିଷ ମହାକୁଡ,ପୁର୍ଣ୍ଣ ଗାଈଗୌରିଆ,ନରେନ୍ଦ୍ର ସାହୁ,ଲିଙ୍ଗରାଜ ମହାକୁଡ, ସୁଶାନ୍ତ ପାତ୍ର, ଜ୍ୟୋତି ଗାଈଗୌରିଆ, ରାକେଶ ମହାକୁଡ ,ବିଜୟ କୁମାର ସାହୁ, ବିଘ୍ନରାଜ, ରାଜେଶ, ସୁଜ୍ଞାନ,ପୁରନ୍ଦର ଠେଲା ଓ ଦେବେନ୍ଦ୍ର ସାହୁ ପରିଚାଳନା କରିଥିଲେ । ମହୋତ୍ସବକୁ ଆକର୍ଷଣୀୟ କରିବାକୁ ପଲ୍ଲିଶ୍ରୀ ମେଳା , ମିନାବଜାର , ଖାଦ୍ୟଷ୍ଟଲ ଖୋଲାଯାଇଛି l