ନବରଙ୍ଗପୁର:  (ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା ଇତିହସରେ ପ୍ରଥମ ଥର ପାଇଁ ଜିଲ୍ଲା କିନ୍ନର ସଂଘ ର କର୍ମକର୍ତ୍ତା ରାତିରେ ସହରର କୋଣ ଅନୁକୋଣ ରେ ବୁଲି ବୁଢ଼ା ବୁଢ଼ୀ ଏବଂ ଅସହାୟ ଗରିବ ଲୋକଙ୍କୁ ଶିତ ଦାଉରୁ ରକ୍ଷା କରିବା ନିମନ୍ତେ କମ୍ୱଳ ବାଣ୍ଟିଥିଲେ । ଏହି ବଣ୍ଟନ କାର୍ଯ୍ୟକ୍ରମରେ ସଂଘର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ସମେତ ସଂଘର ସଭାପତି କାଜୋଲ କିନ୍ନର, ସମ୍ପାଦକ ଚୁମୁକୀ କିନ୍ନର, ସହ ସମ୍ପାଦକ ପ୍ରୀତି କିନ୍ନର ସମେତ ଗୁଗୁ କିନ୍ନର ,ବର୍ଷା କିନ୍ନର ,ଅନିତା କିନ୍ନର , ବୋଇଡି କିନ୍ନର ପ୍ରମୁଖ ଉପସ୍ଥିତ ଥିଲେ।

ବଣ୍ଟନ କାର୍ଯ୍ୟକ୍ରମରେ ଶିକ୍ଷକ ପ୍ରଦିପ ନନ୍ଦ ସହଯୋଗ କରିଥିଲେ। ସୂଚନାଯୋଗ୍ୟ ଯେ ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘ ଗଠନ ହେବା ପର ଠାରୁ ବାହାଘର, ଜନ୍ମ ଦିନ, କୌଣସି ବ୍ୟବସାୟକ ପ୍ରତିଷ୍ଟାନ ର ଉଦଘାଟନ କିମ୍ବା କୌଣସି ଶୁଭ କାର୍ଯ୍ୟ ର ପ୍ରାରମ୍ଭ କରିବା ନିମନ୍ତେ ନବରଙ୍ଗପୁର ଜିଲ୍ଲାରେ କିନ୍ନର ମାନଙ୍କୁ ନିମନ୍ତ୍ରଣ କରାଯାଉଛି ଏବଂ ନିଜ ଶକ୍ତି ମୁତାବକ ବ୍ୟକ୍ତି ବିଶେଷ ମାନେ ଯାହା ଦେଉଛନ୍ତି ସେହି ଟଙ୍କାରୁ ଏବଂ ଦାନ ସ୍ୱରୂପ ଦୋକାନୀ ମାନେ ଦେଉଥିବା ଟଙ୍କା କୁ ସଞ୍ଚୟ କରି ସେଥିରୁ କିଛି ଟଙ୍କା ବାହାର କରି ଶୀତ ରାତିରେ ଗରିବ ଅସହାୟ ମାନଙ୍କୁ କମ୍ବଳ ବାଣ୍ଟିଛନ୍ତି । କିନ୍ନର ମାନଙ୍କର ଏପରି ଏକ ଅଭିନଭ ପ୍ରୟାସକୁ ଜିଲ୍ଲାର ବୁଦ୍ଧିଜୀବୀ ଏବଂ ବିଭିନ୍ନ ମହଲରୁ କିନ୍ନର ମାନଙ୍କୁ ସାଧୁବାଦର ସୁଅ ଛୁଟି ଆସୁଛି ।