ହରଭଙ୍ଗା:  (ଚିତ୍ତରଞ୍ଜନ ସିଂହ)ସମ୍ବଲପୁରୀ ନୃତ୍ୟୁ ଓ ଗୀତରେ ଦର୍ଶକ ବିଭୋର ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ବୀରନରସିଂହପୁର ଠାରେ ସାତ ଦିନ ଧରି ଚାଲିଥିବା ଗଡଜାତ ଲୋକ ମହୋତ୍ସବ ଓ ପଲ୍ଳିଶ୍ରୀ ମେଳା ଗୁରୁବାର ଦିନ ଉଦଯାପିତ ହୋଇଛି । ଉଦଯାପନୀ ଉତ୍ସବରେ କମିଟିର ଅଧକ୍ଷ୍ୟ ତଥା ଜିଲାପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ରାଜ୍ୟ ପାୟତିରାଜ, ଜଙ୍ଗଲ ଓ ପରିବେଶ ତଥା ସୂଚନା ଲୋକ ଓ ସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ସାଧୁଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷ୍ୟ ଓମ ପ୍ରକାଶ ପ୍ରଧାନ, ସାମ୍ବାଦିକ ବିଭୁରଞନ ତରାସିଆ ଯୋଗ ଦେଇଥିଲେ ।

ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ଅମାତ ଗଡଜାତ ମହୋତ୍ସବ ଦ୍ୱାରା ଜିଲାର ହଜିଯାଉଥିବା ପୁରୁଣା ସଂସ୍କୃତି, ପରମ୍ପରା ଉଜିବୀତ ହେବା ସହ ଏହାର ପ୍ରସାର ପ୍ରସାର ହୋଇପାରିବ ବୋଲି ମତ ବ୍ୟକ୍ତ କରିବା ସହ ସାତ ଦିନ ଧରି ଗଡଜାତ ଜାତ ଲୋକ ମହୋତ୍ସବ ଆୟୋଜକ କରିଥିବାରୁ ଭୁରୀ ପ୍ରଂଶସା କରିଥିଲେ । ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ତୁ ଆମ ବୌଦ୍ଧ ସ୍ମରଣିକା ଉନ୍ମୋଚିତ ହୋଇଥିଲା । ବିଜୟ କୁମାର ସାହୁ ମ ପରିଚାଳନା କରିଥିବା ବେଳେ ପୁର୍ଣ୍ଣଚନ୍ଦ୍ର ଗାଇଗୌରିଆ ଧନ୍ୟବାଦ ପ୍ରଦାନ କରିଥିଲେ ।

ଏଥିସହ ବିଭିନ୍ନ କ୍ଷେତ୍ରରେ ପ୍ରସଂଶନୀୟ କାର୍ଯ୍ୟ ପାଇଁ ରାଧାନଗର ଅବସରପ୍ରାପ୍ତ ଶିକ୍ଷକ ସଦାନନ୍ଦ ଦେହୁରୀ, ଦନ୍ତଚିକିତ୍ସକ ଡ.ମନରଞନ ମହାକୁର, କୁଟିବାରି ଗ୍ରାମର କୃଷକ ଗୋଲେଖ ବିହାରୀ ସାହୁ, ସାମ୍ବାଦିକ ରଘୁନାଥ ଷଢଙ୍ଗୀ, ବନରକ୍ଷୀ ପ୍ରକାଶ କୁମାର ପ୍ରଧାନ, ସଙ୍ଗିତ ନିର୍ଦେଶକ ବୀରପ୍ରତାପ ସିଂ, ତ୍ରିଶୁଲ ବେହେରା, ଜମଟାଙ୍ଗୀ ଗ୍ରାମର ଚିତ୍ରଶିଳ୍ପୀ କୌଶିକ ଜାଲ, ସମ୍ବଲପୁରୀ କଣ୍ଠଶିଳ୍ପି ଶାନ୍ତାନୁ ସାହୁ, ଶୀତଲ ସାହୁ, ସମାଜେସେବୀ ଦାମୋଦର ସାହୁଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା ।

ଉଦଯାପନି ସନ୍ଧ୍ୟାରେ ପଇଁରୀ ଅନୁଷ୍ଠାନ ସୋନପୁର ପକ୍ଷରୁ ସମ୍ବଲପୁରୀ ନୃତ୍ୟୁ, ସମ୍ବଳପୁରୀ କଣ୍ଡଶିଳ୍ପୀ ଶାନ୍ତାନୁ ସାହୁ ଓ ଶୀତଲ ସାହୁଙ୍କ ଦ୍ୱାରା ସମ୍ବଳପୁରୀ ମେଲୋଡି ପରିବେଷଣ ହୋଇଥିଲ । ପ୍ରବଳ ଶୀତ ସ୍ୱେ ଦର୍ଶକ ମନଭରି ସମ୍ବଳପୁରୀ ନାଚ ଓ ଗୀତରେ ବିଭୋର ହୋଇପଡିଥିଲେ । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଦେବାଶିଷ ମହାକୁଡ, ପୁର୍ଣ୍ଣ ଗାଈଗୌରିଆ, ନରେନ୍ଦ୍ର ସାହୁ, ଲିଙ୍ଗରାଜ ମହାକୁଡ, ସୁଶାନ୍ତ ପାତ୍ର, ଜ୍ୟୋତି ଗାଈଗୌରିଆ, ରାକେଶ ମହାକୁଡ ,ବିଜୟ କୁମାର ସାହୁ, ବିଘ୍ନରାଜ, ରାଜେଶ, ସୁଜ୍ଞାନ ପ୍ରଧାନ, ପୁରନ୍ଦର ଠେଲା ଓ ଦେବେନ୍ଦ୍ର ସାହୁ ପରିଚାଳନା କରିଥିଲେ । ଚଳିତ ବର୍ଷ ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବାକୁ ପଲ୍ଲିଶ୍ରୀ ମେଳା , ମିନାବଜାର , ଖାଦ୍ୟଷ୍ଟଲ ଖୋଲାଯାଇଥିଲା । ।