ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ପାନୀୟ ଜଳ ସମସ୍ୟା ସଂଗୀନ ହୋଇଥିବା ବେଳେ ବ୍ଲକ ର ପୁରୁଣାକଟକ ପଂଚାୟତ ବିଭିନ୍ନ ସ୍ଥାନରେ ୨୦ ଦିନ ଧରି ପାଇପ ଯୋଗେ ପାନୀୟ ଜଳ ଯୋଗାଣ ବାଧା ପ୍ରାପ୍ତ ହୋଇ ଆସୁଥିଲା l ଏହାକୁ ନେଇ ପୁରୁଣାକଟକ ରଥ ସାହି, ଗାଁ ଭିତର ଆଦି ଅଧିବାସୀ ଜଳ କଷ୍ଟ ଭୋଗୀ ଆସୁଥିଲେ l

ଗୋଟିଏ ପଟେ ପ୍ରଚଣ୍ଡ ତାତି ଓ ଅନ୍ୟ ପଟେ ପାନୀୟ ଜଳ ସ୍ଥାନୀୟ ବାସିନ୍ଦା କୁ ଅସ୍ତ ବ୍ୟସ୍ତ କରି ଆସୁଥିବା ନେଇ ସୋମବାର ଦିନ ପୁରୁଣାକଟକ ପଂଚାୟତ ସରପଞ୍ଚ ଅଶୋକ କୁମାର ସେଠି ଟ୍ୟାଙ୍କର ଯୋଗେ ପୁରୁଣାକଟକ ର ରଥ ସାହି,ଗାଁ ଭିତର ସହିତ ଛତ୍ରପୁର ହରିଜନ ସାହି ଏବଂ ଉଦୟ ପୁର ହରିଜନ ସାହି ରେ ପାନୀୟ ଜଳ ଯୋଗାଇ ଦେଇଥିବା ଦେଖିବାକୁ ମିଳିଛି l ପାଇପ ଯୋଗେ ପାନୀୟ ଜଳ ର ସମାଧାନ ନ ହେବା ପଯ୍ୟନ୍ତ ପଂଚାୟତ ତରଫରୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦେବା ନେଇ ସରପଞ୍ଚ ସୂଚନା ଦେଇଛନ୍ତି l