ଖପ୍ରାଖୋଲ ୧୮/୨( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ଧଣ୍ଡାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବେନକେରା ଠାରେ ଚାଲିଥିବା ଦଶମ ଆଦିବାସୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି । ଏହି ଅବସରରେ ଫାଇନାଲ ଖେଳ ଜଳିଆବାହାଲ ଓ ମରୁଆଁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଜଳିଆବାହାଲ ଦଳ ପ୍ରଥମେ ବ୍ୟାଟିଙ୍ଗ କରି ୮ ଓଭର ରେ ୪ ୱିକେଟ୍ ହରାଇ ୧୨୮ ରନ୍ ସଂଗ୍ରହ କରିଥିଲା। ଏହାର ଜବାବ ରେ ମରୁଆଁ ଦଳ ୮ ଓଭର ରେ ୮ ୱିକେଟ ହରାଇ ମାତ୍ର ୭୯ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା ।

ଫଳରେ ଜଳିଆବାହାଲ ଦଳ ଚାମ୍ପିୟନ ହୋଇଥିଲା । ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଆଦିବାସୀ କ୍ରିକେଟ୍ କ୍ଲବ ସଭାପତି ରୁଦ୍ରାକ୍ଷ ବିଶ୍ୱାଳ ଅଧ୍ୟକ୍ଷତା କରିଥିବା ବେଳେ ଲିକ କ୍ୱାଟର ଫାଇନାଳ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ମୂଖ୍ୟ ଅତିଥି ଥିବାବେଳେ ଫାଇନାଲ ମେଚ ରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ୍ ଅଧକ୍ଷା ଙ୍କ ପ୍ରତିନିଧି ପବିତ୍ର ପଟେଲ, ବଶିଷ୍ଠ ମାଝୀ,ଅନନ୍ତ ଭୁଏ, ଲୁକେଶ କୁମାର ଭୁଏ, ହରି ପୁଟେଲ ଥିବାବେଳେ ସିଆଇଏସଏଫ ଭିକାରୀ ଧାରୁଆ, ଫେଆର ମେନ ବିଭାଗ ରୁ ସେସଦେଵ ପୁଟେଲ ଯୋଗଦେଇଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଅନନ୍ଦ କୁମାର ପୁଟେଲ, କ୍ଷୀରସଗାର ପୁଟେଲ,ଶଙ୍କର ଟାକ୍ରି ଯୋଗଦେଇ ଥିଲେ।

ଚାମ୍ପିୟନ ଦଳକୁ ଟ୍ରଫି ସହ ନଗଦ୨୨ ହଜାର ଟଙ୍କା ଏବଂ ରନର୍ସ ଅପ ଦଳ ଟ୍ରଫି ସହ ନଗଦ ୧୪ ହଜାର ଟଙ୍କା ଅତିଥି ମାନେ ପ୍ରଦାନ କରିଥିଲେ। ଅମ୍ପାୟାର ରୁପେ ପ୍ରୋଜଗ କଶ୍ୟପ ଓ ରୋମାଞ୍ଚଳ ଭୋଇ ଖେଳକୁ ପରିଚାଳନା କରିଥିବା ବେଳେ ସ୍କୋରର ରୁପେ ରୂପେଶ କୁମାର ନାଏକ ଦାୟିତ୍ଵ ତୁଲାଇ ଥିଲେ। ମିନିକେତନ ଦାସ ଓ ରୂପେସ କୁମାର ନାଏକ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆଦିବାସୀ କ୍ଳବ୍ ସଦସ୍ୟ ଉପସ୍ଥିତ ଥିଲେ। ଟୁର୍ଣ୍ଣାମେଣ୍ଟ ଟି ପାଞ୍ଚ ଦିନ ଧରି ଚାଲିଥିବା ବେଳେ ୨୪ ଟି ଦଳ ଭାଗ ନେଇଥିଲେ ।