ହରଭଙ୍ଗା : (ଚିତ୍ତରଞ୍ଜନ ସିଂହ)ଦୀର୍ଘ ୨୪ ବର୍ଷ ହେଲା ନିଆରା ଢଙ୍ଗରେ ନୂଆବର୍ଷ ପାଳନ କରନ୍ତି ମଳିକପଡ଼ା ଗ୍ରାମବାସୀ ।ସ୍ବର୍ଗତ ଲଛମନ ଭୋକ୍ତା ଙ୍କ ପ୍ରେରଣା ରେ ସକାଳେ ଭେଜୀଗୋରା ପେଟ।ସ୍ୱର୍ ମନ୍ଦିର ରୁ ସଙ୍କୀର୍ତ୍ତନ ଆରମ୍ଭ କରି ୭ଖଣ୍ଡ ଗ୍ରାମ ରେ କୀର୍ତ୍ତନ କରି ଶେଷରେ ମାଳିକପଡା ଗ୍ରାମରେ ଅବାଲ ବୃଦ୍ଧ ସମସ୍ତେ ଏକତ୍ର ପ୍ରସାଦ ସେବନ କରିଥାନ୍ତି ।ନୂଆବର୍ଷରେ କେହିହେଲେ ଆମିଷ ଭକ୍ଷଣ କରନ୍ତି ନାହିଁ ।

ଜାନୁୟାରୀ ୧ ତାରିଖ ଦିନ ସକାଳେ ଭେଜୀଗୋରା ପେଟାଶ୍ୱର ମନ୍ଦିର ରୁ ନାମ ସଙ୍କୀର୍ତ୍ତନ ଆରମ୍ଭ କରି ୭ ଖଣ୍ଡ ଗ୍ରାମ ରେ କୀର୍ତ୍ତନ କରି ଶେଷରେ ମଳିକପଡା ଗ୍ରାମରେ ସଂକୀର୍ତ୍ତନ ପହଁଚି ଥାଏ lଅବାଳ ବୃଦ୍ଧ ସମସ୍ତେ ଏକତ୍ର ପ୍ରସାଦ ସେବନ କରିଥାନ୍ତି ।ନୂଆବର୍ଷରେ ଗ୍ରାମ ରେ କେହିହେଲେ ଆମିଷ ଭକ୍ଷଣ କରନ୍ତି ନାହିଁl ଗ୍ରାମବାସୀ ଙ୍କ ଦୀର୍ଘ ୨୪ ବର୍ଷ ନିଷ୍ଠା ଓ ନିଆରା ଢଙ୍ଗରେ ନୂଆବର୍ଷ ପାଳନ କୁ ନେଇ ଅଞ୍ଚଳ ରେ ବେଶ ପ୍ରଶଂସିତ ହୋଇଥିବ ଜଣାପଡିଛି l