ଧର୍ମଗଡ଼ ତା ୨୨/୪(ହେମନ୍ତ କୁମାର ମାଝୀ)ଆଗକୁ ସାଧାରଣ ନିର୍ବାଚନ ମଇ ୧୩ ରେ କଳାହାଣ୍ଡି ଜିଲ୍ଲାରେ ହେବାକୁ ଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ସଚେତନତା ସୃଷ୍ଟି ଅଭିଯାନ ପାଇଁ ପ୍ରୟାସ ରମ୍ଭ କରାଯାଇଛି। ଏହି କ୍ରମରେ ସୋମବାର ସକାଳ ୯ ଟା ରୁ ବ୍ଲକ ପ୍ରଶାସନ ପକ୍ଷରୁ ଏକ ବାଇକ ରେଲି ଆୟୋଜନ କରି ଭୋଟର ଙ୍କୁ ସଚେତନତା ସୃଷ୍ଟି କରାଯାଇଛି।

ଏହି ସଚେତନତା କାର୍ଯ୍ୟକ୍ରମ ରେ ଧର୍ମଗଡ ଉପ ଜିଲ୍ଲାପାଳ ଧିମାନ ଚକମା, ବିଡ଼ିଓ ଶରତ କୁମାର ପତ୍ରୋ, ଧର୍ମଗଡ ତହସିଲଦାର, ବ୍ଲକ କର୍ମଚାରୀ ଏବଂ ଶିକ୍ଷକ ମାନେ ବାଇକ ରେଲି ରେ ଧର୍ମଗଡ ସହର ପରିକ୍ରମା କରି ଭୋଟର ସଚେତନତା କରାଯାଇଛି। ଭୋଟ ହେଉଛି ନାଗରିକ ହେବାର ମୌଳିକ ଅଧିକାର, ନିଜର ଅଧିକାର କୁ ସମସ୍ତେ ସାବ୍ୟସ୍ତ କରି ନିଜର ମତଦାନ କରିବେ ସେ ନେଇ ସଚେତନ କରାଯାଇଛି। ଏହି ଅବସରରେ ସଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ମଧ୍ୟ ଭୋଟର ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।