ଯାଜପୁର:ସମାଜ ରେ ବହୁ ନିଷ୍ପେସିତ ମଣିଷ ଅଛନ୍ତି।ସେମାନଙ୍କ ପାଖରେ ସରକାରୀ ସ୍ତରରେ କୌଣସି ବ୍ୟକ୍ତି ପହଁଚିବା ବା କୋୖଣସି ସରକାରୀ ଯୋଜନା ପହଁଚିବା କଷ୍ଟକର ହୋଇଥିବା ବେଳେ ଯାଜପୁର ଜିଲ୍ଲା ରେ ଥିବା ଏକ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ସୂର୍ଯ୍ୟାଲୋକ ସମାଜ ସେବା ପହଞ୍ଚିଥିଲା ଦଶରଥ ପୁର ବ୍ଲକ ର ଚଷାଖଣ୍ଡ ଗ୍ରାମ ପାଖରେ ଥିବା ଏକ ସ୍ମଶାନ ରେ ରହୁଥିବା ମନୁ ଜେନା ଙ୍କ ପରିବାର ପାଖରେ।ତାଙ୍କ ପରିବାର କି ଦୟନୀୟ ଅବସ୍ଥାରେ ଅଛନ୍ତି ତାଙ୍କୁ ସାହାଯ୍ୟ ର ହାତ ବଢ଼େଇ ଥିଲା ସୂର୍ଯ୍ୟାଲୋକ ସମାଜ ସେବା ।
କୌଣସି ସୂତ୍ରରୁ ଖବର ପାଇ, ସୂର୍ଯ୍ୟାଲୋକ ସମାଜ ସେବା ସଂଗଠନ ପକ୍ଷରୁ ଦେବେନ୍ଦ୍ର ନାଥ ବଳ, ପ୍ରତାପ ନାୟକ, ସ୍ମୃତିରଞ୍ଜନ ସ୍ୱାଇଁ, ବସୁବନ୍ଧୁ ଦାସ,ଅମର ସାହୁ, ଚନ୍ଦ୍ରନାରାୟନ ଦାସ ଓ ସେକ ମମିନ ଅଲି ପ୍ରମୁଖ ମନୁ ଜେନାଙ୍କ ପରିବାର ପାଖରେ ପହଞ୍ଚି ପରିବାର କୁ ଚାଉଳ, ଡାଲି, ମୁଢି, ଚୁଡା,ସପ, କିଛି ନିତ୍ୟ ବ୍ୟବହୃତ ସାମଗ୍ରୀ ଓ କିଛି ଆର୍ଥିକ ସହାୟତା ପ୍ରଦାନ କରିବା ସହ ପରବର୍ତ୍ତୀ ସମୟରେ ତାଙ୍କ ପରିବାର ପାଇଁ ସରକାରୀ ସ୍ତରରେ କଣ କରାଯାଇ ପାରିବ ସେଥିପାଇଁ ସୂର୍ଯ୍ୟାଲୋକ ସମାଜ ସେବା ତରଫରୁ ପ୍ରତିଶ୍ରୁତି ପ୍ରଦାନ କରାଯାଇଛି।