କେନ୍ଦୁଝର:ଶିଶୁ କନ୍ୟା ବଳାତ୍କାର ଓ ହତ୍ୟା ମାମଲାରେ ବିଚାର କରି କେନ୍ଦୁଝରA.D.J ଲୋକ ନାଥ ସାହୁ ଅଭିଯୁକ୍ତ ସୁନିଲ୍ ନାଏକ କୁ ମୃତ୍ୟୁ ଦଣ୍ଡ ରେ ଦଣ୍ଡିତ କରିଛନ୍ତି । ଗତ ୧୪/୦୧/୨୦୧୭ ରିଖ ଚମ୍ପୁଆ ଥାନା ଅନ୍ତର୍ଗତ ଶଶାଙ୍ଗ ଗ୍ରାମ ର ସୁନିଲ୍ ନାଏକ ଏହି ଗ୍ରାମର ଏକ ତିନି ବର୍ଷର ନା ବାଳିକା ଖେଳୁଥିବା ଅବସ୍ଥା ରେ ଚକୋଲେଟ ଦେବାର ପ୍ରଲୋଭନ ଦେଖାଇ ଡାକିଆଣି ଧର୍ଷଣ କରିଥିଲା ।
ଫଳରେ ନା ବାଳିକା ର ଅନେକ କ୍ଷତି ହେବା ସହ ପ୍ରଚଣ୍ଡ ରକ୍ତସ୍ରାବ ହେବାରୁ ତା’ର ମୃତ୍ୟୁ ଘଟିଥିଲା । ଘର ଲୋକେ ସେହି ଦିନ ନା ବାଳିକା କୁ ଅନେକ ଖୋଜି ଖୋଜି ପରେ ପାଇ ନ ଥିବା ବେଳେ ତା’ର ପର ଦିନ ନା ବାଳିକା ର ମୃତ୍ୟ ଦେହ ଗ୍ରାମ ର ପ୍ରାଥମିକ ପରିସରରେ ଥିବା ଏକ ପରିତ୍ୟକ୍ତ ରୋଷେଇ ଘରୁ ମିଳିଥିଲା ।ଏ ନେଇ ଚମ୍ପୁଆ ଥାନା ରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ସୁନିଲ୍ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।ଏହି ମାମଲାର ବିଚାରକରି ମାନ୍ୟବର କେନ୍ଦୁଝର ADJ ସ୍ପେସାଲ ପକ୍ସୋ କୋର୍ଟ ଅଭିଯୁକ୍ତ ସୁନିଲ୍ କୁ ଧାରା ୩୬୩,୨୦୧ ପାଇଁ ସାତ ବର୍ଷ କାରାଦଣ୍ଡ ସହ ପାଞ୍ଚ ହଜାର ଟଙ୍କା ଅର୍ଥ ଦଣ୍ଡ, ଧାରା ୩୭୬ ପାଇଁ ଆଜୀବନ କାରାଦଣ୍ଡ ସହ ଦଶ ହଜାର ଅର୍ଥ ଦଣ୍ଡ ଓ ୩୦୨ ଧାରା ପାଇଁ ମୃତ୍ୟୁ ଦଣ୍ଡ ରେ ଦଣ୍ଡିତ କରିଥିବା ଜଣାଯାଇଛି ।