‘ପ୍ରଶଂସକ ଗ୍ରାମ’ରେ ଖେଳାଳି-ଖେଳପ୍ରେମୀ ଭେଟାଭେଟି

1154 0

ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍‌ରେ ପ୍ରଥମ ଥର ଖେଳାଳି ଏବଂ ଖେଳପ୍ରେମୀ ପରସ୍ପରକୁ ହାତପାହାନ୍ତାରେ ପାଇବେ। ଖୋଦ୍ ‌ଖେଳାଳିମାନେ ପ୍ରଶଂସକଙ୍କୁ ଭେଟିବା ଲାଗି ପ୍ରଶଂସକ ଗ୍ରାମକୁ ଆସିବେ। ଏହି ପ୍ରକ୍ରିୟା ମଙ୍ଗଳବାରଠାରୁ ଆରମ୍ଭ ହୋଇ ଭୁବନେଶ୍ବର ବିଶ୍ବକପ୍ ମଝିରେ ଢେର କିଛି ଦିନ ପାଇଁ ଚାଲିବ। ୧୬ ଦଳର ଖେଳାଳି କଳିଙ୍ଗ ଷ୍ଟାଡିୟମର ୩ ନମ୍ବର ଗେଟ୍ ପାଖରେ ନିର୍ମାଣ କରାଯାଇଥିବା ପ୍ରଶଂସକ ଗ୍ରାମକୁ ଆସିବେ। ଏହା ଦ୍ବାରା ହକିପ୍ରେମୀ ନିଜ ପ୍ରିୟ ତାରକାଙ୍କ ସହ କିଛି ସମୟ କଟାଇବାର ସୁଯୋଗ ପାଇବେ। ସେହିଭଳି ପ୍ରଶଂସକମାନେ ମଧ୍ୟ ଖେଳାଳିଙ୍କ ସହ ଥିବା ପ୍ରଶ୍ନ-ଉତ୍ତର କାର୍ଯ୍ୟକ୍ରମ ଓ ନାଚ ଗୀତରେ ଅଂଶ ଗ୍ରହଣ କରି ପାରିବେ। ଏପରିକି ସେମାନେ ଖେଳାଳିଙ୍କଠାରୁ ହକି ଜ୍ଞାନ ମଧ୍ୟ ଆହରଣ କରିପାରିବେ। ପ୍ରଥମ ଦିନ ବେଲ୍‌ଜିୟମ ଏବଂ ଦକ୍ଷିଣ ଆଫ୍ରିକା ଦଳର ଖେଳାଳିମାନେ ପ୍ରଶଂସକ ଗ୍ରାମ ପରିଦର୍ଶନରେ ଆସିବେ। ମାଲେସିଆ, ନେଦରଲାଣ୍ଡ ଏବଂ ଜର୍ମାନି ଗୁରୁବାର ଏବଂ ଫ୍ରାନ୍ସ, ନ୍ୟୁଜିଲାଣ୍ଡ, ଆର୍ଜେଣ୍ଟିନା ଓ ସ୍ପେନ୍ ଦଳର ଖେଳାଳିମାନେ ୭ ତାରିଖରେ ପ୍ରଶଂସକ ଗ୍ରାମରେ ଦେଖିବାକୁ ମିଳିବେ। ୮ ତାରିଖରେ ଚୀନ, ଇଂଲଣ୍ଡ, ଆୟର୍ଲାଣ୍ଡ ଓ ଅଷ୍ଟ୍ରେଲିଆ ପ୍ରଶଂସକମାନଙ୍କୁ ଭେଟିବା ଲାଗି ସେମାନଙ୍କ ଗ୍ରାମକୁ ଯିବେ। ସୂଚନାଯୋଗ୍ୟ ଯେ କଳିଙ୍ଗ ଷ୍ଟାଡିୟମ୍ ପ୍ରଶଂସକ ଗ୍ରାମ ୧୮,୦୦୦ ବର୍ଗ ମିଟର ଅଞ୍ଚଳରେ ବ୍ୟାପ୍ତ ହୋଇଥିବା ବେଳେ ସେଠାରେ ପ୍ରଶଂସକଙ୍କ ପାଇଁ ଏକ କୃତ୍ରିମ ହକି ପଡ଼ିଆ ମଧ୍ୟ ନିର୍ମାଣ କରାଯାଇଛି। ତା’ ସହ ବିଭିନ୍ନ ପ୍ରକାର ଷ୍ଟଲ୍ ସହ ଯାଦୁଗର ଏବଂ ଜଗଲରମାନଙ୍କୁ ମଧ୍ୟ ଦେଖିବାକୁ ମିଳୁଛି।

Related Post

ଗିରଫ ହେଲେ ଘରୋଇ ଫାଇନାନ୍ସ କମ୍ପାନୀର ମ୍ୟାନେଜର

Posted by - April 17, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ପୋଲିସ ହାତରେ ଗିରଫ ହେଲେ ଘରୋଇ ଫାଇନାନ୍ସ କମ୍ପାନୀର ମ୍ୟାନେଜେର । ଲୋକଙ୍କ ନାଁରେ ଋଣ ମଂଜୁର କରି ଆତ୍ମସାତ କରିଥିବା ଅଭିଯୋଗରେ…

ଅସହାୟ ମହିଳାଙ୍କୁ ସିଲେଇ ଉପକରଣ ସହ ପାଞ୍ଚ ହଜାର ଟଙ୍କା ସହାୟତା ପ୍ରଦାନ କଲେ ବୌଦ୍ଧ ଜିଲ୍ଲାପାଳ

Posted by - March 11, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ସହରସ୍ଥିତ ଗାଈଗୋଠ ପଡ଼ିଆ ମାଳିସାହି ଗ୍ରାମର ଅସହାୟ ଅନିତା ଠେଲାଙ୍କୁ ଶୁକ୍ରବାର ଦିନ 3ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଜିଲ୍ଲା…

Leave a comment

Your email address will not be published.