ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ସୁକିନ୍ଦା ଖଣି ଅଂଚଳରେ ପରିବହନ କ୍ଷେତ୍ରରେ ବ୍ୟାପକ ବିଶୃଙ୍ଖଳା ନେଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଯାଜପୁର ରୋଡ଼ ଟ୍ରକ ମାଲିକ ସଙ୍ଘର କର୍ମକର୍ତ୍ତା। ମାନ୍ୟବର ଉଚ୍ଚ ନ୍ୟାୟାଳୟ ସମସ୍ତ ଖଣି ଅଂଚଳରେ ପାର୍କିଂ ବ୍ୟବସ୍ଥା ସହ ଫାଷ୍ଟ କମ ଫାଷ୍ଟ ଲୋଡ଼ ବ୍ୟବସ୍ଥା ଲାଗୁ କରିବାକୁ ପ୍ରଶାସନକୁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସୁକିନ୍ଦା ଖଣି ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ସମର୍ଥନରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି।
ଫଳରେ ସୁକିନ୍ଦା ବ୍ୟତୀତ ଅନ୍ୟ ଅଞ୍ଚଳର ଟ୍ରକ ମାଲିକ ମାନଙ୍କୁ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଯାଜପୁର ରୋଡ଼ ଟ୍ରକ ମାଲିକ ସଂଘ ପକ୍ଷରୁ ସଭାପତି ଅମୀୟ ରଞ୍ଜନ ବାରିକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆସି ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ତୁରନ୍ତ ଏହାର ସ୍ଥୟୀ ସମାଧାନ କରିବାକୁ ପ୍ରଶାସନକୁ ନିବେଦନ କରିଛନ୍ତି।