କଳାହାଣ୍ଡି:(ନରେନ୍ଦ୍ର ନେଗୀ)ପ୍ରକାଶ ପାଇଛି UPSC ଦ୍ୱାରା ପରିଚାଳିତ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଫଳ । ଏଥିରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ପୁରୁଣା ପଡାର ପ୍ରଥମା ପ୍ରତୀକ୍ଷା ପ୍ରଧାନ ୬୭୦ ନମ୍ବର ରେଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି ।
ଭବାନୀପାଟଣା ବାସିନ୍ଦା ଶିକ୍ଷକ ଦମ୍ପତି ଗୋକୁଳାନନ୍ଦ ପ୍ରଧାନ ଏବଂ ରଶ୍ମିତା ପ୍ରଧାନଙ୍କ ଝିଅ ପ୍ରଥମା ପ୍ରତୀକ୍ଷା ପ୍ରଧାନ ଭବାନୀପାଟଣା କୃଷି ମହାବିଦ୍ୟାଳୟରେ ପାଠ ପଢ଼ୁଥିବା ବେଳେ ସେ ଭାରତୀୟ ପ୍ରଶାସନିକ ସେବା ପାଇଁ ଘରେ ରହି ପ୍ରସ୍ତୁତି କରିଥିଲେ ।
ପ୍ରତ୍ୟେକ ଦିନ 8 ରୁ ୧୦ ଘଣ୍ଟା ଏଥିପାଇଁ ସେ କଠିନ ପରିଶ୍ରମ କରୁଥିଲେ l ତାଙ୍କର ପରିଶ୍ରମ ଆଜି ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଛି। ଏହି ଖବର ପ୍ରକାଶ ପାଇବା ପରେ ତାଙ୍କ ନିକଟକୁ ଶୁଭେଚ୍ଛା ର ସୁଅ ଛୁଟୁଛି।