ମୁନିଗୁଡା :(ରମାକାନ୍ତ ପୋଡାଳ )ଗ୍ରାମେ ଗ୍ରାମେ ସତସଙ୍ଘ ଜପ ଧ୍ୟାନ ସଂକଳ୍ପ ଅନୁସାରେ ବିଶ୍ୱ କଲ୍ୟାଣ ସାଧନା କେନ୍ଦ୍ର ର ଅଭିଯାନ ଚାଲିଛି ସେହି ସଂକଳ୍ପ ଅନୁସାରେ ଜିଲ୍ଲା ତଥା ଜିଲ୍ଲା ବାହାରେ ସଂସ୍କାର, ସତସଙ୍ଘ, ସଂକୀର୍ତ୍ତନ, ମନ୍ଦିର ପ୍ରତିଷ୍ଠା, କୁ ସଂସ୍କାର ଦୂରୀକରଣ କର୍ମ ମାନ ଚାଲୁ ରହିଛି | ଏହି ସଂକଳ୍ପ ଅନୁସାରେ ଗତ ୩ ମାସ ହେଲା ରାୟଗଡ଼ ଜିଲ୍ଲା କୋଟପେଟା ଗ୍ରାମ ପଂଚାୟତର ସିଙ୍ଗନା ପୁର ଆଦିବାସୀ ବହୁଳ ଗ୍ରାମରେ ଶ୍ରୀ ସୀତାରାମ ମନ୍ଦିର ର ଶୁଭାରମ୍ଭ ଗ୍ରାମବାସୀ, ଆଖ ପାଖ ଭକ୍ତ ମଣ୍ଡଳୀ ଓ ସିଦ୍ଧଗୁରୁ ଯୋଗୀଶ୍ରୀ ଚୈତନ୍ୟ ରାମଙ୍କ କର କମଳରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା ସଂକଳ୍ପିତ ଥିଲା କି ଏହି ଭବ୍ୟ ସାଧନା ଶ୍ରଦ୍ଧା କେନ୍ଦ୍ରକୁ ୩ ମାସ ସୁଦ୍ଧା ସମାପନ କରିବାକୁ |
ଏହା ଅକ୍ଷର ଅକ୍ଷରରେ ପାଳନ କରିଛନ୍ତି ଗ୍ରାମର ବଦାନ୍ୟ ଭକ୍ତ ମଣ୍ଡଳୀ ମାନେ | ଏହି ଉତ୍ସବ ଗତକାଲି ଅର୍ଥାତ 20/05ରୁ ଆରମ୍ଭ କରି ଅଧିବାସ, ଦେବ ଆବାହନ ଦିବ୍ୟ କଳସ ପୂଜନ, ନଗର ସଂକୀର୍ତନ କରି ମହା ଆଡମ୍ବର ସହ ପ୍ରତିଷ୍ଠା କର୍ମ ସମ୍ପନ କରାଯାଇଛି | ଏହାକୁ ମନ୍ଦିର ଭାବରେ ନ ଭାବି ଏକ ସଂସ୍କାର ସାଧନା କେନ୍ଦ୍ର ଅଞ୍ଚଳର ବିପଥ ଗାମୀ ପ୍ରଜାଙ୍କୁ ପ୍ରଭୁ କୃପା ଲାଭ ପାଇଁ ଏଠାରେ ଅହରହ ପ୍ରୟାସ କରାଯିବ |
ଯେଉଁ ଭକ୍ତ, ଅନୁଯାଇ, ସେବକ ଚାହିଁବ ଆସି ପ୍ରଶିକ୍ଷଣ ଦେବା ନେବା କରିପାରିବ ବୋଲି ମନ୍ଦିର ପରି ଚଳନା କମିଟି ତରଫରୁ କୁହା ଯାଇଛି | ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମ ରେ ସିତା ରାମ ଲକ୍ଷ୍ମଣ ହନୁମାନଙ୍କ ପ୍ରତିମୂର୍ତ୍ତି କୁ ପ୍ରାଣ ପ୍ରତିଷ୍ଠା କରାଗଲା ତତ ସାଙ୍ଗେ ସାଙ୍ଗେ ହୋମ ଯଜ୍ଞ ଆଦି କର୍ମ କରାଗଲା | ଏହାର ପରିଚାଳନା ସ୍ଥାନୀୟ ମନ୍ଦିର କମିଟି ଗ୍ରାମ ର ମାତୃ ମଣ୍ଡଳୀ, ବିଶ୍ୱ ହିନ୍ଦୁ ପରିଷଦ ଉପ ସଭାପତି ଆଲୁ ଶଙ୍କର ରାଓ, ଶ୍ରୀନୁବାବୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ |