Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ଟିଟିଲାଗଡ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର A1 ପ୍ରାପ୍ତ କରିଥିବା ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା।

295 0

ଟିଟିଲାଗଡ:(ସଞ୍ଜୟ ନାୟକ)ସୋମବାର ଦିନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ଟିଟିଲାଗଡ ପରିସରରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା – ୨୦୨୩ରେ ସଫଳତା ଲାଭ କରି A1 ସ୍ତର ପ୍ରାପ୍ତ କରିଥିବା ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ସଂସ୍କୃତ ଆଚାର୍ଯ୍ୟ ଶ୍ରୀଯୁକ୍ତ ପଙ୍କଜ ବେହେରା ମଞ୍ଚ ପରିଚାଳନା କରିବା ସହିତ ମଞ୍ଚାସୀନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ।

ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ୟାମ ସୁନ୍ଦର ମହାପାତ୍ର ତାଙ୍କର ଅଭିଭାଷଣରେ ଶିଶୁମାନେ କିପରି ଭବିଷ୍ୟତରେ ଭଲ ମଣିଷ ହୋଇ ଆହୁରି ଅଧିକ ସଫଳତା ଲାଭ କରିବା ସହ ଦେଶସେବାରେ ନିଜକୁ ନିୟୋଜିତ କରି ପାରିବେ ସେ ସମ୍ପର୍କରେ ମାର୍ଗ ଦର୍ଶନ କରିଥିଲେ। ପରିଚାଳନା ସମିତିର ସଭାପତି ମାନନୀୟ ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ଗଡତ୍ଯା ଶିଶୁମାନଙ୍କୁ ଶିକ୍ଷାର ମହନୀୟତା ଓ ଜୀବନ ଦର୍ଶନ ଉପରେ ସାରଗର୍ଭକ ଭାଷଣ ଦେଇଥିଲେ। ବରିଷ୍ଠ ଆଚାର୍ଯ୍ୟ ଅମିତ କୁମାର ତ୍ରିପାଠୀ ମଧ୍ୟ ନିଜ ଅଭିଭାଷଣ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳମୟ ଭବିଷ୍ୟତ କାମନା କରିଥିଲେ ।

ପରିଚାଳନା ସମିତିର କାର୍ଯ୍ଯକର୍ତ୍ତା ମାନେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ଜିଲ୍ଲା ତଥା ସମ୍ଭାଗରେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ର ଯଶବର୍ଦ୍ଧନ ମହାକୁର ବିଦ୍ୟାଳୟରେ ନିଜ ଛାତ୍ର ଜୀବନର ଅନୁଭୂତି ବର୍ଣ୍ଣନା କରିଥିଲେ । ବିଦ୍ୟାଳୟର ସହ ପ୍ରଧାନ ଆଚାର୍ଯ୍ୟ ନୃପରାଜ୍ ସେଠ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ସମସ୍ତ କୃତି ଛାତ୍ରଛାତ୍ରୀଙ୍କ ପିତାମାତା ମଧ୍ୟ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହିତ ପରିସମାପ୍ତି ହୋଇଥିଲା ।

Related Post

ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ

Posted by - September 23, 2019 1,501
ବଡ଼ବିଲ : ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରସିଦ୍ଧ ପଦ୍ମଶ୍ରୀ ଡ଼. ତୁଳସୀ ମୁଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ ଆଦିବାସୀ ବିକାଶ ସମିତି ସଦ୍ୟ ବେସାହାରା ହୋଇଥିବା…

ଶ୍ରୀକୃଷ୍ଣଙ୍କ ମନ୍ତ୍ର ର ଭୁଲ ଉଚ୍ଚାରଣ ବିପରୀତ ଫଳ ପ୍ରଦାନ କରିଥାଏ,୧୩ଟି ଚତ୍ମକାରୀ ମନ୍ତ୍ର ଓ ତା’ର ମହତ୍ତ୍ବ

Posted by - August 23, 2019 869
ଭଗବାନ ବିଷ୍ଣୁଙ୍କ ଅଷ୍ଟମ ଅବତାର ରୂପେ ଧରାପୃଷ୍ଠରେ ଜନ୍ମ ଗ୍ରହଣ କରିଥିବା ଶ୍ରୀକୃଷ୍ଣଙ୍କ ମହିମା ଅପାର। ତାଙ୍କର ଲୀଲାଖେଳା କାହାକୁ ବା ଅଛପା। ଶ୍ରୀକୃଷ୍ଣଙ୍କ ଅଶେଷ କୃପା…

ପର୍ବତ ରୋହଣ ପ୍ରଶିକ୍ଷଣରେ ବଡ଼ବିଲର ବିଷ୍ଣୁ ନାରାୟଣ ମହାନ୍ତ

Posted by - November 27, 2019 0
ବଡ଼ବିଲ,ତା ୨୫ ନଭେମ୍ବର (ସୀତାରାମ ଦୀକ୍ଷିତ) ପର୍ବତ ରୋହଣ ପ୍ରଶିକ୍ଷଣରେ କେନ୍ଦୁଝର ଜିଲ୍ଲା ବଡ଼ବିଲର ଜଗଦୀଶ ମହାନ୍ତଙ୍କ ପୁଅ ବିଷ୍ଣୁ ନାରାୟଣ ମହାନ୍ତ । ସେ ନେହରୁ…

ନୂଆଁଣିଆ କୁଡ଼ିଆରେ କଟୁଛି ଦୁର୍ବିସହ ଜୀବନ, ଆବାସ ଯୋଜନା ସାତସପନ

Posted by - November 13, 2021 0
ବେଲଗୁଣ୍ଠା:( ସୁଶାନ୍ତ କୁମାର ବେହେରା )ଯୋଗ୍ୟ ହିତାଧିକାରୀଙ୍କ ପାଇଁ ରହିଛି ସରକାରଙ୍କ ଆବାସ ଯୋଜନା। କିନ୍ତୁ ଆଜିବି ଚାଳ ଛପର ଘରେ ବିତୁଛି ଯୋଗ୍ୟ ହିତାଧିକାରୀଙ୍କ ଜୀବନ।…

ଯୁବ ପୀଢ଼ି ଙ୍କ ପାଇଁ ଉଦାହରଣ ସାଜିଲେ ବିଂଝାରପୁର ର ଯୁବ ଉଦ୍ୟୋଗୀ

Posted by - March 29, 2021 0
ଯାଜପୁର ଅଫିସ:ଯୁବକ ବୟସ ରେ ଯେତେବେଳେ ଆଜି କାଲିର ଯୁବକ ଯୁବତୀ ବିଳାସ ବେସନ ରେ ଜୀବନ କାଟୁଛନ୍ତି ସେତେବେଳେ ଏହି ଯୁବ ବର୍ଗ ମାନଙ୍କ ପାଇଁ…