କେସିଙ୍ଗା:୨୦/୦୫ (ପ୍ରିତେଶ ପଟେଲ୍)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଶ୍ୟାମଜି ରାଇସ ମିଲ ରେ ଆୟୋଜକ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଙ୍କ କେସିଙ୍ଗା ଆଗମନ ର କାର୍ଯ୍ୟ ସୂଚୀ ବିଷୟରେ ଅବଗତ କରାଇ ଥିଲେ। ୨୮ ତାରିଖ ରେ ସ୍ୱାମୀଜୀ ପୁରୀ ଦୁର୍ଗ ଟ୍ରେନ ରେ ଟିଟଲାଗଡ କୁ ଆସି ସଙ୍ଗେ ସଙ୍ଗେ ବାଏ ରୋଡ ରାତ୍ର ରେ କେସିଙ୍ଗା ପହଞ୍ଚିବେ ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି।
କେସିଙ୍ଗା ପହଞ୍ଚିବା ପରେ ୨୯ ତାରିଖ ୧୧ ରୁ ୧ ପର୍ଯ୍ୟନ୍ତ ଶ୍ୟାମଜି ରାଇସ ମିଲ ପରିସରରେ ସଂଗୋଷ୍ଟି ଓ ସାଧାରଣ ଦର୍ଶନ ର କାର୍ଯ୍ୟକ୍ରମ ଥିବା ବେଳେ ଅପରାହ୍ନ ୪ ରୁ ୫ ଟା ମଧ୍ୟରେ କାସୃପ ଡ଼ା ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ରାତ୍ରରେ ପୁଣି ଥରେ କେସିଙ୍ଗା ଶ୍ୟାମଜି ରାଇସ ମିଲ ରେ ରାତ୍ର ରହଣି ର କାର୍ଯ୍ୟକ୍ରମ ରହିଛି। ସେହିପରି ୩୦ ତାରିଖ ଦିନ କେସିଙ୍ଗା ଶ୍ୟାମଜି ରାଇସ ମିଲ ଠାରେ ସଂଗୋଷ୍ଟି ଓ ସଭା ର କାର୍ଯ୍ୟକ୍ରମ ରହିଛି ବୋଲି ଆୟୋଜକ ଶ୍ୟାମ ସୁନ୍ଦର ଅଗ୍ରୱାଲ ଏକ ସାମ୍ବାଦିକ ସମ୍ମିଳନୀ ଡ଼ାକି ପ୍ରକାଶ କରିଛନ୍ତି।
ଶେଷରେ ୩୦ ତାରିଖ ଦିନ କେସିଙ୍ଗା ରେଳ ଷ୍ଟେସନ ରୁ ସ୍ୱାମୀଜୀ ଅହମଦାବାଦ ପୁରୀ ଟ୍ରେନ ଯୋଗେ ପୁରୀ ଅଭିମୁକ୍ଷେ ଯାତ୍ରା କରିବେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପର୍ଶୁରାମ ପାଢ଼ୀ,ଗାଜିନ୍ଦ୍ର ପାଢ଼ୀ,ସାମ୍ବାଦିକ ମହାସଂଘ ର ସଭାପତି ସୁଶାନ୍ତ କୁମାର ମହାପାତ୍ର,ବରିଷ୍ଟ ସାମ୍ବାଦିକ ସୁରେଶ ଅଗ୍ରୱାଲ ଓ ଡମ୍ବରୁଧର ଭୋଇ,ରମେଶ ଜେନା,ବିନୋଦ ଜୈନ୍,ମନୋଜ ସିଂ, ଗଜିନ୍ଦ୍ର ସାହୁ,ମନୋଜ ସିଂ, ପିତେଶ ପଟେଲ,ଶିବ ପ୍ରସାଦ ସାହୁ ,ସଂଗ୍ରାମ କେଶରୀ ଦେଓ, ମଧୁସୂଦନ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ।