ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ନବରଙ୍ଗପୁର ବ୍ଲକ ଭାଟିଗାଁ ଗ୍ରାମ ପଂଚାୟତ ରେ ସୋସାଇଟି ଫୋର ସୋସିଆଲ ସୋଲିଡାରିଟି (ସାମାଜିକ ଏକତା ପାଇଁ ସମାଜ ) ଅନୁଷ୍ଠାନ ତରଫରୁ ଆଜି 121 ଗରିବ ପରିବାରଙ୍କୁ ଚାଉଳ,ମଟର ଚଣା,ମିଲ ମେକର ବଡ଼ି,ଚୁଡା,ବିସ୍କୁଟ,ତେଲ ଏବଂ ବିଭିନ୍ନ ସୁଖିଲା ସାମଗ୍ରୀ ପ୍ରଦାନ କରାଯାଇଥିଲା l ସେହି ପରି କଦଳୀ ଜବା ଗ୍ରାମରେ ୮୮ ଅସହାୟ ପରିବାରଙ୍କୁ ସୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରା ଯାଇଥିଲା l
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ,ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସରପଞ୍ଚ କୃଷ୍ଣ ଚନ୍ଦ୍ର ଗୌଡ଼,ପୂର୍ବତନ ସରପଞ୍ଚ ପୁର୍ଣ ଧର ଭତରା ଯୋଗ ଦେଇ ଅନୁଷ୍ଠାନ ର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣେଇବା ସହ ତାଙ୍କର ଏପରି ସମାଜସେବା କାର୍ଯ୍ୟ କୁ ପ୍ରଶଂସା କରିଥିଲେ l ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସନ୍ତୋଷ ବୈରାଗୀ,ପ୍ରଦୂଷ୍ୟପାଣି,ମିନତୀ ଜାନି,ଗୋବିନ୍ଦ ହରିଜନ ପରିଚାଳନା କରିଥିଲେ l
ଶେଷ ରେ ଅନୁଷ୍ଠାନ ର ନିର୍ବାହୀ ଅଧ୍ୟକ୍ଷ ଏସ ଅଶୋକ କୁମାର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣେଇ ଥିଲେ l ଏବଂ କୋଷଗୁମୁଡା ବ୍ଲକ ନେଇଗାଁ ରେ ଗରିବ ପରିବାରଙ୍କୁ ୨୨ ତାରିଖ ରେ ସୁଖିଲା ଖାଦ୍ୟ ପ୍ରଦାନ କରାଯିବ l ଏହିପରି ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଲକ ରେ ଅସହାୟ ମନଙ୍କୁ ସହାଯ୍ୟ କରାଯିବ ବଲି କହିଛନ୍ତି l ସୋସାଇଟି ଫୋର ସୋସିଆଲ ସଲିଡ଼ରିଟି (ସାମାଜିକ ଏକତା ପାଇଁ ସମାଜ ) ଅନୁଷ୍ଠାନର ଏପରି କାର୍ଯ୍ୟ ଦେଖି ବିଭିନ୍ନ ମହଲ ରେ ପ୍ରଶଂସା କରିବା ଦେଖିବାକୁ ମିଳିଛି l