ବୌଦ୍ଧ ଜିଲ୍ଲାରେ ମ୍ୟାଟ୍ରିକ ପାସ ହାର 96.76 ପ୍ରତିଶତ।ଜିଲ୍ଲା ରେ ଟପର ହେଲେ ଛାତ୍ରୀ ପ୍ରିୟ ଦର୍ଶିନୀ ଶତପଥୀ

86 0

ବୌଦ୍ଧ (ଚିତ୍ତରଞ୍ଜନସିଂ):- ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ମ୍ୟାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଥିବା ବେଳେ ବୌଦ୍ଧ ଜିଲ୍ଲାରେ ମ୍ୟାଟ୍ରିକ ପାସ ହାର 96.76 ପ୍ରତିଶତ ରହିଥିବା ଜଣାପଡିଛି l ଜିଲ୍ଲାର 75 ଟି ଉଚ୍ଚ ବିଦ୍ୟାଳୟର 6 ହଜାର 5 ଶହ 10 ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ରେଗୁଲାର ମ୍ୟାଟ୍ରିକ ପରୀକ୍ଷା ଦେଇଥିବା ବେଳେ 6 ହଜାର 2 ଶହ 99 ଜଣ ପାସ କରିଛନ୍ତି l

ସେମାନଙ୍କ ମଧ୍ୟରୁ A1 ଗ୍ରେଡ଼ରେ 8 ଜଣ, A2 ଗ୍ରେଡ଼ରେ 154 ଜଣ, B1 ଗ୍ରେଡ଼ରେ 629 ଜଣ, B2 ଗ୍ରେଡ଼ରେ 1077 ଜଣ, ଛି ଗ୍ରେଡ଼ରେ 1467 ଜଣ, D ଗ୍ରେଡ଼ରେ 1710 ଜଣ, E ଗ୍ରେଡ଼ରେ 1254 ଜଣ ପାସ କରିଥିବା ଜଣାପଡିଛି l ଜିଲ୍ଲାରେ ଛାତ୍ରୀଙ୍କ ପାସ ହାର ଅଧିକ ଥିବାବେଳେ 3358 ଜଣ ଛାତ୍ରୀ ଏବଂ 2941 ଜଣ ଛାତ୍ର ପାସ କରିଛନ୍ତି l

ସେହିପରି ବୌଦ୍ଧ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀ ଅର୍ପିତା ପ୍ରିୟଦର୍ଶିନୀ ଶତପଥି 558 ନମ୍ବର ରଖି ଜିଲ୍ଲାରେ ପ୍ରଥମ ହୋଇଥିବା ବେଳେ ବୌଦ୍ଧ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀ ଅପର୍ଣ୍ଣା ମହାପାତ୍ର 556 ନମ୍ବର ରଖି ଜିଲ୍ଲାରେ ଦ୍ଵିତୀୟ ଏବଂ ଧଳପୁର ରାଜେନ୍ଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟର ଛାତ୍ର ଓମ ପ୍ରାସାଦ ହୋତା 550 ନମ୍ବର ରଖି ଜିଲ୍ଲାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି l

Related Post

ଅନ୍ତରାଜ୍ୟ ଡକାୟତ ଈଶ୍ବର ମହାଳିକ ଘରେ ପୋଲିସ୍ ର ପୁଣି ଚଢାଉ,ଦୁଇ ଗିରଫ, ତିନି ଫେରାର୍

Posted by - June 21, 2020 2,168
ରେମୁଣା:(ସୌମ୍ୟାସାଇ ବାରିକ୍) ଆଜି ରେମୁଣା, ସହଦେବଖୁଣ୍ଟା ପୋଲିସ୍ ଡି. ଏସ୍.ପି. (କ୍ରାଇମ୍) ମନୋଜ ରାଉତ ଙ୍କ ନେତୃତ୍ଵରେ, ଅନ୍ତରାଜ୍ଯ ଡକାୟତ ଈଶ୍ବର ମହାଳିକ ଘରେ ଚଢାଉ କରିଥିଲେ। ଏହି…

ଶୀତଲଷଷ୍ଟି ଯାତ୍ରା ପାଇଁ ସମସ୍ତ ଯାତ୍ରା କମିଟି ର ପତ୍ରପେଣ୍ଡି ସଂପନ୍ନ

Posted by - June 3, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ )ସମ୍ବଲପୁର ର ପ୍ରସିଦ୍ଧ ଶୀତଲଷଷ୍ଟି ଯାତ୍ରା ପାଇଁ ସହରର ସମସ୍ତ ଯାତ୍ରା କମିଟି ପକ୍ଷରୁ ପତ୍ରପେଣ୍ଡି ନିତି ଟି ସମାପିତ ହୋଇଛି । ସହରର…

ଜାତୀୟ ଟୀକାକରଣ ଦିବସ ପାଳିତ

Posted by - March 22, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ନାରାୟଣପୁର ପଞ୍ଚାୟତ ଅଫିସ ସଭାଗୃହରେ ବ୍ଲକସ୍ତରୀୟ ଜାତୀୟ ଟୀକାକରଣ ଦିବସ ପାଳିତ ହୋଇଯାଇଛି।…

ସିଦ୍ଧେଶ୍ଵର ମହାବିଦ୍ୟାଳୟ ରେ ଚତୁର୍ଥ ସେମିଷ୍ଟାର ବନ୍ଦ କରିବାକୁ ଛାତ୍ର ଛାତ୍ରୀ ଙ୍କ ଦାବିପତ୍ର ପ୍ରଦାନ

Posted by - October 26, 2021 0
ବସ୍ତା:(ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ସିଦ୍ଧେଶ୍ଵର ମହାବିଦ୍ୟାଳୟର ଯୁକ୍ତ୩ ର ଦିତୀୟ ବର୍ଷର କଳା,ବିଜ୍ଞାନ ଓ ବାଣିଜ୍ୟ ୪ର୍ଥ ସେମିଷ୍ଟାର ପରିକ୍ଷା ଉତ୍କଳ ୟୁନିଭରସିଟି…