କେସିଙ୍ଗା :ଦୁଇ ଦିନିଆ କଳାହାଣ୍ଡି ଗ୍ରସ୍ତ ରେ ଆସୁଛନ୍ତି ୫ଟି ସଚିବ । ସେ ୧୯ ଓ ୨୦ ତାରିଖ ଦୁଇ ଦିନ ଧରି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନକୁ ଗ୍ରସ୍ତ କରିବା ତଥା ଜିଲ୍ଲା ର ବିକାଶ କାର୍ଯ୍ୟ ର ତଦାରଖ କରିବା ସହ ତ୍ଵରାନିତ କରିବେ।ଅନେକ ମନ୍ଦିର କୁ ଯାଇ ଆଶୀର୍ବାଦ ଭିକ୍ଷା କରିବେ। ତେବେ ସଚିବ ଙ୍କ ଗ୍ରସ୍ତ ସୂଚୀରେ ସ୍ଥାନ ପାଇ ନାହିଁ କେସିଙ୍ଗା ବ୍ଲକ ଗୁର୍ଜୀମୁଣ୍ଡା ସ୍ଥିତ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରସିଦ୍ଧ ଲାଭ କରିଥିବା ମା ଯୋଗମାୟା ଙ୍କ ପୀଠ ଉତ୍କେଲ ସ୍ଥିତ ଉଡାଜାହାଜ ପଡ଼ିଆରୁ ମାତ୍ର ୮ କିମି ଦୂରରେ ବିରିପୁରା ପାହାଡ଼ ପାଦଦେଶରେ ଏକ ସୁନ୍ଦର୍ ପରିବେଶରେ ମା ଙ୍କ ପୀଠ ଅବସ୍ଥିତ।
ଏହା ଏକ ଶକ୍ତି ପୀଠ ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛି।ପ୍ରତୀକ ଦିନ ମା ଙ୍କ ଆଶ୍ରିବାଡ ଭିକ୍ଷା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଭକ୍ତ ଆସିଥାନ୍ତି।ଏ ଠାକୁ ବିଦେଶୀ ପର୍ଯ୍ୟଟକ ମଧ୍ୟ ଆସୁଥିବା ମନ୍ଦିର ଫୋଟୋ ଗେଲେରି ରୁ ଜଣାପଡେ।୧୯୯୬ ମସିହାରୁ ଏହି ପୀଠରେ ମହାଦେବ ଙ୍କ ଲିଙ୍ଗ ଉତ୍ପତ୍ତି ହୋଇଥିବା ମନ୍ଦିର ପରିଚାଳନା କମିଟି ର ସଦସ୍ୟ ପ୍ରକାଶ କରନ୍ତି। ସରକାର ଙ୍କ ଦୃଷ୍ଟି ପଡ଼ିଲେ ଏ ହିଁ ପୀଠ ଜିଲ୍ଲା ତଥା ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଗଣିତ ହୋଇ ପାରିବ।ବହୁ ଦିନରୁ ପ୍ରଶାସନ ପାଖରେ ଏ ହାର ବିକାଶ ପାଇଁ ଦାବୀ ହୋଇ ଆସୁଥିଲେ ମଧ୍ୟ ଏ ଯାଏ ବିକାଶ ହୋଇ ପାରି ନାହିଁ।ତେବେ ଟ୍ରଷ୍ଟ ପକ୍ଷରୁ ୫ଟି ସଚିବ ଙ୍କ ଦୃଷ୍ଟି ଆକର୍ଷଣ ପରେ ପ୍ରଶାସନିକ ସ୍ତରରେ କିଛି ହଲ ଚଳ ସୃଷ୍ଟି ହୋଇ ଥିଲେ ମଧ୍ୟ କୌଣସି ନିଷ୍ପତି ହୋଇ ନାହିଁ।
ଏହା କୁ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ଦେବାକୁ ଆଶା କରାଯାଉ ଥିଲା ଯେ ପ୍ରତେକ୍ଷ ଦେବି ଙ୍କ ଏହି ଶକ୍ତି ପୀଠ ର ପରିଦର୍ଶନ ରେ ୫ଟି ସଚିବ ଆସିପାରନ୍ତି।ଏବଂ ଏହାର ବିକାଶ ପାଇଁ ଏକ ବଡ଼ ଧରଣର ଅର୍ଥ ବରାଦ କରି ପାରନ୍ତି।କିନ୍ତୁ ତାଙ୍କ ଗ୍ରସ୍ତ ସୂଚୀ ରେ ସ୍ଥାନ ପାଇ ନାହିଁ ଏହି ପୀଠ।ମା ଙ୍କ ଆଶ୍ରିବା ଦ ନେବାର କୌଣସି ସମୟ ନେଇ ନାହାଁନ୍ତି ୫ଟି ସଚିବ।ଏ ହା ତାଙ୍କ ଗ୍ରସ୍ତ ସୂଚୀ ରୁ ଅନୁମେୟ ତେବେ ମନ୍ଦିର ଟ୍ରଷ୍ଟ ଏବେବି ଆଶାବାଦୀ ଅଛନ୍ତି ଏହାର ବିକାଶ ପାଇଁ ନିଶ୍ଚୟ କିଛି ପଦକ୍ଷ୍ୟେପ ନେବେ ୫ଟି ସଚିବ। ଏଥାରେ ସୂଚନା ଦେବାକୁ ଚାହୁ ଯେ ଏ ହିଁ ପୀଠ କୁ ପର୍ଯ୍ୟଟନ କ୍ଷେତ୍ର କରିବାକୁ ପର୍ଯ୍ୟାପ୍ତ ପରିମାଣ ରେ ଭିତ୍ତି ଭୂମି ରହିଛି।