ହରଭଙ୍ଗା :୧୭/୦୫(ଚିତ୍ତରଞ୍ଜନ ସିଂହ)ଜଗତରନାଥ ବିଶ୍ୱ ନିୟନ୍ତା ଶ୍ରୀକ୍ଷେତ୍ର ବାସି ଶ୍ରୀ ଜଗନ୍ନାଥ ଙ୍କ ନନ୍ଦିଘୋଷ ରଥ ର ଚକ କୁ ଆଜି ବୌଦ୍ଧ ଜିଲ୍ଲା କୁ ଭବ୍ୟ ସମ୍ବର୍ଦ୍ଧନା ସହିତ ଅଣାଯାଇଛି!ପ୍ରଥମେ ଚକ କୁ ଜିଲ୍ଲା ର ଶେଷ ସୀମା ହରଭଙ୍ଗା ବ୍ଲକ ବଦଲା ଠାରେ ପହଂଚିବା ପରେ ଜିଲ୍ଲାର ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ଭକ୍ତ ଙ୍କ ଦ୍ୱାରା ଭବ୍ୟ ସମ୍ବର୍ଦ୍ଧନା ସହିତ, ହରିବୋଲ, ହିଳହୁଳି, ଜୟ ଜଗନ୍ନାଥ ଧ୍ଵନିରେ ଏକ ଭକ୍ତିମୟ ପରିବେଶ ରେ ଅଣାଯାଇଥିଲା।
ପରେ ବ୍ଲକ ର ମାଧପୁର, ଅଡ଼େନିଗଡ଼ ଓ ଚାରିଛକ (ଠିଡ଼ିକl ଜୋର )ଠାରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ତାପରେ ପୁରୁଣାକଟକ ଠାରେ ଶ୍ରଦ୍ଧାଳୁ ଭକ୍ତ ଙ୍କ ଗହଣରେ ରଥଚକ କୁ ବୌଦ୍ଧ ଅଭିମୁଖେ ନିଆଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ, ପାନୀୟ ଜଳ, ପଞ୍ଚାୟତ ରାଜ, ଓ ସୂଚନା ବିଭାଗୀୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବୌଦ୍ଧ NAC ଚେୟାର ମ୍ୟାନ ମୃତ୍ୟୁ ଞ୍ଜୟ ମିଶ୍ର, ହରଭଙ୍ଗା BDO ସ୍ୱପ୍ନିତା ନାୟକ, ତହସିଲଦାର ବିଜୟ ପ୍ରଧାନ ଙ୍କ ସମେତ ହଜାର ହଜାର ଜଗନ୍ନାଥ ପ୍ରେମୀ ଭକ୍ତ ମାନେ ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନ କରିଥିଲେ!