ଭୁବନେଶ୍ବର /ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ରେଳ ବିଭାଗର ସବୁଠୁ ଦ୍ରୁତଗାମି ଟ୍ରେନ ଯାହାକି ବନ୍ଦେ ଭାରତ ଏକ୍ସପ୍ରେସ ନାମରେ ପରିଚିତ, ଗୁରୁବାର ଦିନ ୧୨.୪୫ ସମୟରେ ଓଡିଶାର ପୁରୀ ଠାରୁ ହାୱଡା ଅଭିମୁଖେ ବାହାରି ଥିଲା, ଏହି ଟ୍ରେନ ଗଡିବାର ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଭାରତର ଯଶଶ୍ଵି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସ ଜରିଆରେ ପତାକା ଦେଖାଇ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ୫୦ ଟି ସ୍ଥାନରେ ଅନୁଷ୍ଠିତ ହୋଇଥିବା ବେଳେ ଟିଟିଲାଗଡ ରେଳ ଷ୍ଟେସନ ସମ୍ମୁଖରେ ରେଳ ବିଭାଗ ପକ୍ଷରୁ ମଧ୍ୟ ଅୟୋଜନ କରାଯାଇଥିଲା।
ଏହି ଅବସରରେ ଟିଟିଲାଗଡ ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବି ଜୈନ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ, ସାଂସଦଙ୍କ ପ୍ରତିନିଧି ଶ୍ରୀ ଆଲୋକ ନାୟକ, ସିନିଅର ଡିଇଏନ୍ ଶ୍ରୀଯୁକ୍ତ ବିଯେନ୍ଦ୍ର ମିନା ମଞ୍ଚାସିନ ଥିଲେ। ମଞ୍ଚ ପରିଚାଳନା କରିଥିଲେ ସତ୍ୟନାରାୟଣ ପ୍ରଧାନ।
ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଏହି ଏକ୍ସପ୍ରେସର ଶୁଭାରମ୍ଭ ,ସହ କଟକ ପୁରି ଷ୍ଟେସନର ନବିକରଣ, ସମ୍ବଲପୁର ଟିଟିଲାଗଡ ରେଳ ଷ୍ଟେସନ ଭିତରେ ରେଳ ଲାଇନ କାମର ଦୋହରି କରଣ, ଅନୁଗୁଳ ସୁକିନ୍ଦା ନୂତନ ରେଳ ଲାଇନ, ରାଉରକେଲା, ଝାରସୁଗୁଡ଼ା ମନୋହରପୁର ଭିତରେ ତୃତୀୟ ଲାଇନ ଏବଂ ଓଡ଼ିଶାରେ ଶତ ପ୍ରତିଶତ ଇଲେକ୍ଟ୍ରି ଫିକେସନ ସମ୍ପୂର୍ଣ୍ଣ ପାଇଁ ମଧ୍ୟ ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ୍ ସାମିଲ ଥିଲା। ଏହି ଅବସରରେ ଟିଟିଲାଗଡ ଭାରତୀୟ ଜନତା ପାର୍ଟିର କର୍ମକର୍ତା, ରେଳ ବିଭାଗର ଅଧିକାରୀ,କର୍ମଚାରୀ, ଡିଆରୟୁସିଶି ସଦସ୍ୟ ମଦନ ପୃଷ୍ଟି, ଜେଡଆରୟୁସିସି ସଦସ୍ୟ ଈଶ୍ୱର ଜୈନଙ୍କ ସମେତ ସହରର ଯେଉଁ ନାଗରିକ ମାନେ ଏହି କାର୍ଯ୍ୟକ୍ରମ ବିଷୟରେ ଜାଣି ପାରି ସେମାନେ ହିଁ ଉପସ୍ଥିତ ଥିଲେ।