Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ରାୟଗଡ଼ାରେ ଡିଜେଲ ଓ ପେଟ୍ରୋଲ ଅଭାବି ଦୁରହେବ – ଉପଜିଲ୍ଲାପାଳ

73 0

ମୁନିଗୁଡା :(ରମାକାନ୍ତ ପୋଡାଲ )ରାୟଗଡ଼ାରେ ଡିଜେଲ ଓ ପେଟ୍ରୋଲ ଭଳି ଜରୁରୀ ଦ୍ରବ୍ୟର ଅଭାବି ଦୂର କରିବା ନିମନ୍ତେ ଉପଜିଲ୍ଲାପାଳ, ରାୟଗଡ଼ାଙ୍କ କାର୍ଯ୍ୟାଳୟ କକ୍ଷରେ ଏକ ଜରୁରୀ ବୈଠକ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ରାୟଗଡ଼ା ଉପ ଜିଲ୍ଲାପାଳ ଶ୍ରୀ ଭୀମସେନ ଶବର ଅଧ୍ୟକ୍ଷତା କରିଥିଲେ ।

ରାୟଗଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଦିବ୍ୟଜ୍ୟୋତି ଦାଶ, ଜିଲ୍ଲା ଯୋଗାଣ ଅଧିକାରୀ ରାଜକିଶୋର ପାଣିଗ୍ରାହୀ, ସହକାରୀ ଯୋଗାଣ ଅଧିକାରୀ ସରୋଜ କୁମାର ସାହୁ ଓ ସୁହାନ୍ସ ଭୋଇ, ଜିଲ୍ଲା କଂଗ୍ରେସ କମିଟି ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ଉପସଭାପତି ସୁନିଲ ଚନ୍ଦ୍ର ପଣ୍ଡା, ଆଇ ଓ ସି ଏଲ୍ ର ମ୍ୟାନେଜର ଶ୍ରୀ ବର୍ଦ୍ଧନ ପାଲିଆ ସମେତ ସମସ୍ତ ପେଟ୍ରୋଲ ପମ୍ପ ମାଲିକ ଯୋଗଦେଇଥିଲେ । ରାୟଗଡ଼ାରେ ଡିଜେଲ ଓ ପେଟ୍ରୋଲ ର କୁତ୍ରିମ ଅଭାବ ଦୂର କରିବା ସହ ଯେପରି ପ୍ରଯ୍ୟାପ୍ତ ପରିମାଣର ତୈଳ ଗ୍ରାହକଙ୍କୁ ମିଳିପାରିବ, ସେଥିନିମନ୍ତେ ଆଲୋଚନା ହୋଇଥିଲା ।

ତୈଳ ଅଭାବ ଯୋଗୁଁ ମୁଣ୍ଡଫଟା ଖରାରେ ଲୋକଙ୍କୁ ଘଣ୍ଟା, ଘଣ୍ଟା ଧରି ଅପେକ୍ଷା କରିବା କଷ୍ଟ ସାଧ୍ୟ ହୋଇ ପଡ଼ୁଛି । କ୍ଷମତାଶାଳୀ ପେଟ୍ରୋଲ କ୍ରୟ ନିମନ୍ତେ ବାଧ୍ୟ କରିବା, ପେଟ୍ରୋଲ ପମ୍ପ ଗୁଡିକରେ ପାନୀୟ ଜଳ ଓ ଛାୟା ର ଆବଶ୍ୟକତା ଥିବା ଅଭିଯୋଗ ହୋଇଥିଲା ।ଆସନ୍ତା ଦୁଇଦିନ ମଧ୍ୟରେ ସମସ୍ତ ପେଟ୍ରୋଲ ପମ୍ପ ଗୁଡିକରେ ଆବଶ୍ୟକ ପରିମାଣର ଡିଜେଲ ଓ ପେଟ୍ରୋଲ ଉପଲବ୍ଧ ହେବ ବୋଲି ପେଟ୍ରୋଲ ପମ୍ପ ମାଲିକ ପ୍ରତିଶ୍ରୁତି ଦେଇଥିଲେ । ଏହା ବ୍ୟତୀତ ପ୍ରତି ପେଟ୍ରୋଲ ପମ୍ପ ରେ ଛାୟା ଓ ପାନୀୟଜଳର ବ୍ୟବସ୍ଥା, ନିଆଲିଭା ଯନ୍ତ୍ରର ସ୍ଥାପନା, ଗାଡ଼ି ଗୁଡ଼ିକ ନିମନ୍ତେ ମାଗଣା ପବନର ଯୋଗାଣ, ପୁରୁଷ ଓ ମହିଳାଙ୍କ ନିମନ୍ତେ ସ୍ଵତନ୍ତ୍ର ଶୌଚାଳୟର ବ୍ୟବସ୍ଥା କରିବା ନିମନ୍ତେ ଅଙ୍ଗୀକାର କରିଥିଲେ ।

ଫୋନ ପେ ନିମନ୍ତେ କିୟୁଆର କୋଡ ଟି ମେସିନ ଠାରୁ ଦୂରରେ ରଖିବା ସହ ତୈଳ ପ୍ରଦାନ ସମୟରେ ମୋବାଇଲ ଫୋନ ବ୍ୟବହାରକୁ ସମ୍ପୂର୍ଣ୍ଣ ମନା କରିବା ପାଇଁ ସ୍ଥିର କରାଗଲା। ପେଟ୍ରୋଲ ପମ୍ପ କର୍ମଚାରୀ ନିୟମିତ ସେମାନଙ୍କ ୟୁନିଫର୍ମ ବ୍ୟବହାର କରିବେ । ଆବଶ୍ୟକ ସ୍ଥଳେ, ଆଇନ ଶୃଙ୍ଖଳା ପରିସ୍ଥିତିରେ ସମସ୍ତ ସହଯୋଗ ପ୍ରଦାନ ନିମନ୍ତେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ । ବଣିଜର ଉର୍ଦ୍ଧରେ ରହି ଅତ୍ୟାବଶ୍ୟକ ଦ୍ରବ୍ୟର ଯୋଗାଣ ନିମନ୍ତେ ଉପଜିଲ୍ଲାପାଳ ଶ୍ରୀ ଶବର ସମସ୍ତ ପେଟ୍ରୋଲ ପମ୍ପ ମାଲିକଙ୍କ ସହଯୋଗ ଲୋଡିଥିଲେ ।ଉପଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପକୁ ସାଧାରଣରେ ରାୟଗଡ଼ାବାସୀ ପ୍ରଶଂସା କରିଛନ୍ତି ।

Related Post

ଦୁର୍ଘଟଣା ଗ୍ରସ୍ତ ଭିନ୍ନକ୍ଷମ ଙ୍କୁ ଆର୍ଥିକ ସହାୟତା ପ୍ରଦାନ

Posted by - December 5, 2021 0
ବୌଦ୍ଧ :(ଚିତ୍ତରଂଜନସିଂ)”କଥାରେ ଅଛି ମାନବ ସେବା ହିଁ ମାଧବ ସେବା “ଏହି ଲୋକ ବାଣୀକୁ ଆଜି କଥାରେ ନୁହେଁ କାମରେ କରି ଦେଖାଇଛି ପାଣ -ଗଣ୍ଡା ସମାଜ…

ଟିଟିଲାଗଡ ଲାୟନ୍ସ ଏବଂ ଲିଓ କ୍ଳବ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

Posted by - January 16, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ)ଦିନକୁ ଦିନ କରୋନା ସଂକ୍ରମଣ ଯାହାକି ଓମିକ୍ରନ ରୂପରେ ତୃତୀୟ ଲହରରେ ବ୍ୟାପୁଛି, ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ସମସ୍ତଙ୍କୁ ଟୀକାକରଣ ତଥା ବୁଷ୍ଟର…

ସମବାୟ ନିର୍ବାଚନ ଶାନ୍ତିଶୃଙ୍ଖଳାରେ କରିବାକୁ ଜିଲ୍ଲାସ୍ତରୀୟ ବୈଠକ , ନିୟମ ଅନୁଯାୟୀ ନିର୍ବାଚନ କରିବାକୁ ଅଧିକାରୀଙ୍କୁ ଜିଲାପାଳଙ୍କ ନିର୍ଦେଶ

Posted by - June 8, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲାରେ ସମବାୟ ସମିତି ଗୁଡିକରେ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ କରିବାକୁ ଏକ ଜିଲାସ୍ତରୀୟ ବୈଠକ ମଙ୍ଗଳବାର ଦିନ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ…

କୁହସିଂହା ପ୍ରାଥମିକ କୃଷି ସମବାୟ ସମିତି ସଭାପତି ନିର୍ବାଚନ,ଚାଷୀ ନେତା କନ୍ଦର୍ପ ସୁଆର ନିର୍ଦ୍ଵନ୍ଦରେ ରେ ନିର୍ବାଚିତ

Posted by - June 28, 2022 0
ଖପ୍ରାଖୋଲ: ୨୮/୬(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ଲୁହାସିଂହା ପ୍ରାଥମିକ କୃଷି ସମବାୟ ସମିତି ର ସଭାପତି ନିର୍ବାଚନ ଜୁରିଆ କାର୍ଯ୍ୟାଳୟ ଠାରେ ସୋମବାର ଅନୁଷ୍ଟିତ ହୋଇଯାଇଛି।…

ଗୁମ୍ମା ଗ୍ରାମ ସ୍ଥିତ ତ୍ରିନାଥ ମନ୍ଦିର ପରିସରରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - July 20, 2022 0
ରାୟଗଡ। :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ରାୟଗଡ। ବ୍ଲକ ଅନ୍ତର୍ଗତ ଗୁମ୍ମା ଗ୍ରାମରେ ଥିବା ତ୍ରିନାଥ ମନ୍ଦିର ପରିସରରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ,…